ଏତିକି ସୁଧହାରରେ ୟୁନିୟନ ବ୍ୟାଙ୍କରେ ରହିବ ଜଗା ଟଙ୍କା

ଭୁବନେଶ୍ୱର() ମହାପ୍ରଭୁଙ୍କ ଟଙ୍କା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ ରହିବ । ଟେଣ୍ଡର ପ୍ରକ୍ରିୟାରେ ୟୁନିୟନ ବ୍ୟାଙ୍କକୁ ଚୟନ କରାଯାଇଛି । ୫.୭୫% ସୁଧହାରରେ ମହାପ୍ରଭୁଙ୍କ ଟଙ୍କା ରଖାଯିବ । ଏହି ଟେଣ୍ଡରରେ ଇଣ୍ଡିଆନ ବ୍ୟାଙ୍କ ୨ୟ ସ୍ଥାନରେ ରହିଥିବା ବେଳେ କାନାରା ବ୍ୟାଙ୍କ ତୃତିୟ ସ୍ଥାନରେ ରହିଥିଲା । ଏହି ଦୁଇ ବ୍ୟାଙ୍କ ୫.୭୫%ରେ ସୁଧ ଦେବାକୁ ଅରାଜି ଥିବା ବେଳେ ୟୁନିୟନ ବ୍ୟାଙ୍କ ୫.୭୫% ସୁଧ ଦେବା ପାଇଁ ରାଜି ହୋଇଥିଲା । ତେଣୁ ମହାପ୍ରଭୁଙ୍କ ସମସ୍ତ ଟଙ୍କା ୟୁନିୟନ ବ୍ୟାଙ୍କରେ ରଖାଯିବ । ଏହି ଟଙ୍କା ୩ ବର୍ଷ ପାଇଁ ଦୀର୍ଘମିଆଦି ସ୍ଥାୟୀ ଜମା ଭାବେ ରାଖାଯିବ । ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ଏହି ସୂଚନା ଦେଇଛନ୍ତି ।

ସୂଚନା ଅନୁସାରେ, ଗତକାଲି ୟେସ ବ୍ୟାଙ୍କରୁ ଫେରିଥିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର ମାଧ୍ୟମରେ ଏହି ଟଙ୍କା ଫେରସ୍ତ ହୋଇଥିଲା । ୩୯୭.୨୩ କୋଟି ଟଙ୍କା ମୂଳଜମା ସହ ୮ କୋଟି ୨୩ ହଜାର ସୁଧ ଟଙ୍କା ଫେରିଥିଲା । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସବିଆଇ ଆକାଉଣ୍ଟକୁ ଟଙ୍କା ଫେରିଆସିଥିବା ନେଇ ୟେସ ବ୍ୟାଙ୍କର ବରିÂ ଉପସଭାପତି ଜୟଦେବ ଦାସ ସୂଚନା ଦେଇ ଥିଲେ ।

Share

Leave a Reply

Your email address will not be published. Required fields are marked *

one × 4 =