କ୍ଷେତରେ ଚାଷ କଲେ ଗଞ୍ଜମ ଜିଲ୍ଲାପାଳ

ବ୍ରହ୍ମପୁର () ଚାଷୀଙ୍କୁ ନୂଆ କୃଷି ପ୍ରଣାଳୀକୁ ଆପଣେଇବା ସହ ଯୁବ ଗୋଷ୍ଠୀଙ୍କ କୃଷି କ୍ଷେତ୍ର ପ୍ରତି ଆକର୍ଷିତ କରିବାକୁ ଗଞ୍ଜମ ଜିଲ୍ଲାପାଳ ନିଜେ ଚାଷୀ ବନିଗଲେ । ଚାଷୀଙ୍କ ସହ ସିଧାସଳଖ ମତବିନିମୟ ପାଇଁ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଖଲ୍ଲିକୋଟ ବ୍ଲକ ମଥୁରା ପଂଚାୟତର ଭରଷା ଗାଁରେ କାଦୁଅ ପଚପଚ ବିଲକୁ ଯାଇଥିଲେ ।

ଜିଲ୍ଲାପାଳ ଚାଷୀଙ୍କୁ ଧାଡି ପ୍ରଣାଳୀରେ ଚାଷ ପାଇଁ  ଚାଷୀଙ୍କୁ ପରାମର୍ଶ ଦେଉଥିଲେ । ସେ ନିଜେ ମଧ୍ୟ ଧାଡି ଚାଷ ପାଇଁ ଧାନ ତଳି ରୋଇଥିଲେ । ଚାଷୀଙ୍କ ସମସ୍ୟା ଓ ସେମାନଙ୍କ ଚାଷ ପ୍ରଣାଳୀ ସମ୍ପର୍କରେ ଅବଗତ ହେବାକୁ ଏହା ଏକ ଅଚାନକ ଗସ୍ତ ଥିଲା ।

ଚାଷୀଙ୍କ ସହ ଆଲୋଚନା ସମୟରେ ଜିଲ୍ଲାପାଳ ସେମାନଙ୍କୁ ରାଜ୍ୟ ସରକାରଙ୍କ କାଳିଆ ଭଳି ବିଭିନ୍ନ କଲ୍ୟାଣମୂଳକ ଯୋଜନାର ସୁଫଳ ନେବାକୁ ପ୍ରୋତ୍ସାହିତ କରିଥିଲେ । ଏହାଦ୍ୱାରା ସେମାନଙ୍କ କୃଷି ଉତ୍ପାଦନ କ୍ଷମତା ବୃଦ୍ଧି ହେବା ସହ ଜୀବନଜୀବିକାର ମାନରେ ମଧ୍ୟ ପରିବର୍ତ୍ତନ ହୋଇପାରିବ ।

ନିକଟରେ ମୁଖ୍ୟମନ୍ତ୍ରୀ ନବୀନ ପଟନାୟକ ସବୁ ଅଫିସରଙ୍କୁ ବ୍ୟାପକ କ୍ଷେତ୍ର ପରିଦର୍ଶନ ପାଇଁ ପରାମର୍ଶ ଦେଇଥିଲେ । ଏହାଦ୍ୱାରା ତୃଣମୂଳ ସ୍ତରରୁ ଲୋକଙ୍କ ପ୍ରତିକ୍ରିୟା ମିଳିପାରିବ । ବିକାଶମୂଳକ ଯୋଜନା ଓ କାର୍ଯ୍ୟକ୍ରମର କାର୍ଯ୍ୟକାରିତା ନେଇ ମଧ୍ୟ ସୂଚନା ମିଳିବ । ଏହି ପୃଷ୍ଠଭୂମୀରେ ଗଞ୍ଜମ ଜିଲ୍ଲାପାଳଙ୍କ ଏହି ଗସ୍ତ ଓ ନିଜକୁ ଚାଷୀ ଭୂମିକାରେ ଅବତୀର୍ଣ୍ଣ କରିବା ଚାଷୀଙ୍କୁ ବେଶ ଆକୃଷ୍ଠ କରିଥିବା ବେଳେ ସାଧାରଣରେ ଲୋକାଭିମୁଖୀ ପ୍ରଶାସନର ବାର୍ତ୍ତା ଦେଇଛି ।

Share

Leave a Reply

Your email address will not be published. Required fields are marked *

1 × four =