Latestମନୋରଞ୍ଜନ

ଦାହ ସଂସ୍କାର ବେଳେ ଶବ ମୁଣ୍ଡକୁ କାହିଁକି ଠେଙ୍ଗାରେ ପିଟା ଯାଏ ,ଜାଣନ୍ତୁ

ମନୁଷ୍ୟର ମୃତ୍ୟୁରେ ଦୁନିଆରୁ ବିଦାୟ ଦେବାର ପରମ୍ପରା ଧର୍ମ ଅନୁସାରେ ଭିନ୍ନ ଭିନ୍ନ। ହିନ୍ଦୁ ଧର୍ମରେ ମୃତକଙ୍କ ଶବକୁ ଜଳାଇ ଅନ୍ତ୍ୟେଷ୍ଟି କରାଯାଇଥାଏ। ଏଥିପାଇଁ ବିଭିନ୍ନ କ୍ରିୟା କର୍ମ କରାଯାଇଥାଏ, ଯେଉଁଥିରେ ଶବ ମୁଣ୍ଡକୁ ଠେଙ୍ଗାରେ ପିଟିବାର ନିୟମ ରହିଛି। ତେବେ କାହିଁକି ମୁଣ୍ଡକୁ ଠେଙ୍ଗାରେ ପିଟା ଯାଏ ଆସନ୍ତୁ ଜାଣିବା।

ହିନ୍ଦୁ ଧର୍ମରେ ଶବକୁ ସତ୍କାର କରାଯିବା ବେଳେ ଜଳାଉଥିବା ଲୋକ ଏକ ଠେଙ୍ଗାରେ ଶବ ମୁଣ୍ଡକୁ ଶକ୍ତ ପାହାର ଦେଇଥାଏ। ତେବେ ଏହାର କାରଣ ଯାହାବି ହୋଇ ଥାଉ ନା କାହିଁକି ଶବ ସତ୍କାର ଏକ ତନ୍ତ୍ରିକ ପ୍ରକ୍ରିୟା। ଏଥିରେ ମୃତକ ହୁଏତ ଜୀବତାବସ୍ଥାରେ କିଛି ତନ୍ତ୍ରମନ୍ତ୍ର ସିଦ୍ଧି କରିଥାଇ ପାରନ୍ତି। ଏଣୁ ଅନ୍ୟ କୌଣସି ତାନ୍ତ୍ରିକ ଏହି ସିଦ୍ଧିର ଯେପରି ଅପବ୍ୟବହାର ନ କରେ ସେଥି ଲାଗି ଶବ ଜଳାଉଥିବା ଲୋକ ଏଭଳି କରିଥାଏ। ଜୁଇରେ ଜଳନ୍ତା ଶବର ମୁଣ୍ଡକୁ ଜୋର କରି ଆଘାତ ଦେଲେ ତାର ସମସ୍ତ ସିଦ୍ଧି ମଧ୍ୟ ତା ଶରୀର ଭଳି ନିଆଁରେ ପୋଡି ଭଷ୍ମ ହୋଇ ଯାଏ ବୋଲି ଧାରଣା ରହିଛି।

ତେବେ ଅନ୍ୟ ଦୃଷ୍ଟିରେ ଦେଖିଲେ ମନୁଷ୍ୟ ଶରୀରର ମୁଣ୍ଡ ସବୁଠୁ ଶକ୍ତ ଅବୟବ। ଏହା ସହଜରେ ନିଆଁରେ ଜଳେ ନାହିଁ। ଏଣୁ ଶରୀର ସହ ମୁଣ୍ଡକୁ ନଷ୍ଟ କରିବା ଲାଗି ଶବ ଦାହ କରୁଥିବା ବ୍ୟକ୍ତି ଶବ ଜଳା ଯିବା ପ୍ରକ୍ରିୟାରେ ଜୁଇରୁ ଉଠିବା ମାତ୍ରେ ତା ମୁଣ୍ଡକୁ ଠେଙ୍ଗାରେ ପିଟି ଫଟେଇ ଦିଏ।

Share

Leave a Reply

Your email address will not be published. Required fields are marked *

20 + 3 =