ଗଞ୍ଜେଇକୁ ନେଇ ଗୋଷ୍ଠୀ ସଂଘର୍ଷ :  ଜଣେ ମୃତ, ୪ ଗିରଫ

କଟକ: କଟକ ଜିଲ୍ଲା ବଡ଼ମ୍ବା ଥାନା ଅନ୍ତର୍ଗତ ମାଣିଆବନ୍ଧରେ ଗଞ୍ଜେଇ ବେପାରକୁ ନେଇ ଗୋଷ୍ଠୀ ସଂଘର୍ଷ ହୋଇଛି। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ଆହତ ହୋଇଛନ୍ତି।ମୃତ ବ୍ୟକ୍ତି  ଜଣଙ୍କ ହେଲେ ବିକାଶ ସାହୁ ବୋଇଥିବା ବେଳେ ଆହତ  ଇନ୍ଦ୍ରମଣି ସିଠଙ୍କୁ  କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ପୁଲିସ୍‌ ଏହି ଘଟଣାରେ ୪ ଜଣଙ୍କୁ ଗିରଫ କରିଛି । ଗତକାଲି ବିଳମ୍ବିତ ରାତିରେ ନୂଆପାଟଣାରେ ଗଞ୍ଜେଇ ବେପାର କରୁଥିବା ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ବଚସା ହୋଇଥିଲା। ପରେ ଉଭୟ ଗୋଷ୍ଠୀ ମାଣିଆବନ୍ଧରେ ମୁହାଁମୁହିଁ ହୋଇଥିଲେ। ସେଠାରେ ଗଣ୍ଡଗୋଳ ଉଗ୍ର ରୂପ ନେଇଥିଲା। ଗୋଟିଏ ଗୋଷ୍ଠୀ ବୋମା ମାଡ଼ କରିଥିଲା। ଏଥିରେ ଇନ୍ଦ୍ରମଣି ଆହତ ହୋଇଥିଲେ। ଏହା ପରେ ଇନ୍ଦ୍ରମଣି ଓ ତାଙ୍କ ଗୋଷ୍ଠୀ ସେଠାରୁ ପଳାଇ ଯାଇଥିଲା। ତେବେ ତାଙ୍କ ଗୋଷ୍ଠୀର ବିକାଶ ସାହୁ ସେଠାରେ ରହି ଯାଇଥିଲେ। ଲୋକେ ତାଙ୍କୁ ଠେଙ୍ଗାରେ ପିଟି ମାରି ଦେଇଥିବା ଅଭିଯୋଗ ହୋଇଛି।ବିକାଶଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ବଡ଼ମ୍ବା ଡାକ୍ତରଖାନା ପଠାଯାଇଛି।

 

Share

Leave a Reply

Your email address will not be published. Required fields are marked *

2 + 5 =