ଭୁବନେଶ୍ୱରରେ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ସ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ

ଭୁବନେଶ୍ୱର : ବିବାହ ହେଉ କି କୌଣସି ଉତ୍ସବ, ସବୁଥିରେ ସୁନ୍ଦର ଦେଖାଯିବା ପାଇଁ ଲୋକମାନଙ୍କ ଚିନ୍ତା ବଢ଼ିଯାଏ । ନୂଆ ଲୁକ୍ ଆକର୍ଷଣୀୟ ଡିଜାଇନ୍‌ର ପୋଷାକ ପିନ୍ଧି ଲୋକଙ୍କ ଦୃଷ୍ଟି ଆକର୍ଷଣ କରିବାର ଇଚ୍ଛା ସମସ୍ତଙ୍କର ଥାଏ । ଉଭୟ ପୁଅ ଏବଂ ଝିଅଙ୍କ ଏମିତି ସୌଖିନ ଆଶା ପୂରଣ କରିବା ପାଇଁ ଫ୍ୟାସନ ଡିଜାଇନରମାନେ ପ୍ରସ୍ତୁତ କରନ୍ତି ଭଳିକି ଭଳି ଡ୍ରେସ୍ ଡିଜାଇନ୍ । ଗୋଟିଏ କି ଦୁଇଟି ଡିଜାଇନ୍ ନୁହେଁ ୩ଶହ ପ୍ରକାରର ପୋଷାକ ଭେଟି ଦିଅନ୍ତି ସାଧାରଣ ଲୋକଙ୍କୁ । ଲୋକମାନଙ୍କ ନିକଟରେ ଡିଜାଇନ୍ ପ୍ରଦର୍ଶନ କରିବା ପାଇଁ ପ୍ରିଲ୍ୟୁଡ଼୍‌, ଆଡ଼ିକସନ୍ ଏବଂ ଫ୍ୟାସନ ମ୍ୟାନେଜମେଣ୍ଟର ମିଳିତ ସହଯୋଗରେ ଭୁବନେଶ୍ୱର ରନ୍‌ୱେ ସପ୍ତାହ ଏବଂ କର୍ପୋରେଟ୍ ଆଇକନ୍ ଆୱାର୍ଡ଼ସ୍‌ର ତୃତୀୟ ସଂସ୍କରଣ ଅନୁଷ୍ଠିତ ହୋଇଯାଇଛି । ଯେଉଁଥିରେ ୬ଜଣ ବଛା ବଛା ଡିଜାଇନର୍ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ବିଭିନ୍ନ ପ୍ରକାର ଡିଜାଇନର ସୋ କରିଥିଲେ ।

ଯଥା-ବ୍ରାଇଡ଼ାଲ୍ କଲେକସନ୍‌, ହ୍ୟାଣ୍ଡଲୁମ୍‌, ରେଡ଼୍ କାରପେଟ୍‌, ପାର୍ଟି କଲେକସନ୍ ଇତ୍ୟାଦି । ଏଥିସହିତ ଓଡ଼ିଶାର ପରମ୍ପରା, କଳାକାରିଗର ପୋଷାକ ମଧ୍ୟ ଡିଜାଇନରମାନେ ପ୍ରଦର୍ଶନ କରିଥିଲେ । ଭୁବନେଶ୍ୱର ରନ୍‌ୱେ ସପ୍ତାହର ନିର୍ଦ୍ଦେଶକ ଜୋନ୍ ଅଜୟଙ୍କ ନିର୍ଦ୍ଦେଶନାରେ ଯୋଗ ଦେଇଥିବା ଡିଜାଇନରମାନଙ୍କ ମଧ୍ୟରେ କିଡ଼୍ ଡିଜାଇନର ପାରୁଲ୍ ଖୈତାନ୍ ଯିଏକି ଛୋଟ ପିଲାଙ୍କ ନିମନ୍ତେ ଆକର୍ଷଣୀୟ ଡିଜାଇନ୍ ସୋ କେସ୍ କରିଥିଲେ । ଫ୍ୟାସନ ଡିଜାଇନରେ ଆଠବର୍ଷ ଅଭିଜ୍ଞତା ଥିବା ଭିଚ୍ଚି ବ୍ରାଣ୍ଡର ସୌମ୍ୟା ସାଲିନି ନିଖୁଣ ରଙ୍ଗ ଓ ଫେବ୍ରିକ୍ସ ଦ୍ରବ୍ୟ ସହିତ ବିବାହ ବ୍ରାଇଡ଼ାଲ୍ ଦାକ୍ଷୀଣାତ୍ୟ ଡିଜାଇନ୍ ସୋ କେସ୍ କରିଥିଲେ ।

ବିଭାବରୀ ବ୍ରାଣ୍ଡର ଜୋସ୍ନା ଦାସ ଯିଏକି ନିଜ ଡିଜାଇନରେ ହ୍ୟାଣ୍ଡଲୁମ୍ ପଟ୍ଟଚିତ୍ର ଓ ହାତ ଏମରୋଡ଼ୋରୀ ଉପରେ ଅଧିକ ଗୁରୁତ୍ୱ ଦେଇଥିଲେ । ରନୱେ ସପ୍ତାହର ତୃତୀୟ ସଂସ୍କରଣରେ ସେ କାର୍ବନ ନ୍ୟୁଟ୍ରାଲ ନାମକ ଏକ ବିଳାସପୂର୍ଣ୍ଣ ଫ୍ୟାସନ ଡିଜାଇନ ସୋ କେସ୍ କରିଥିଲେ । ମନିଷା ଋତୁପର୍ଣ୍ଣା – ଦକ୍ଷିଣ ଓଡ଼ିଶାର ଛାପ ସହ ଦାକ୍ଷିଣାତ୍ୟର ପ୍ରସିଦ୍ଧ ଲୋକକଥା ଓ ପ୍ରଥା ରସରକେଲିରୁ ଅନୁପ୍ରାଣିତ ହୋଇ ନିଜର ଋତୁପର୍ଣ୍ଣା ଡିଜାଇନ ବ୍ରାଣ୍ଡରେ ଦକ୍ଷିଣ ଓଡ଼ିଶାର ଛାପ ଛାଡ଼ିଛନ୍ତି । ଡିଜାଇନର ଶିବାଶ୍ରୀ ସବୁ ବର୍ଗର ମହିଳାମାନଙ୍କର ରାଜକୀୟ ଓ ବିଳାସପୂର୍ଣ୍ଣ ଡିଜାଇନ କରିବା ସହ ଲେବେଲ୍ ଶିବାଶ୍ରୀ ନାମକ ବ୍ରାଣ୍ଡ ପ୍ରସ୍ତୁତ କରିଛନ୍ତି । ସେହିପରି ଲେବେଲ୍ ଲୋପାମୁଦ୍ରା ବ୍ରାଣ୍ଡର ଲୋପାମୁଦ୍ରା ମଧ୍ୟ ବିଭିନ୍ନ ପ୍ରକାରର ଡିଜାଇନ ସୋ କେସ୍ କରିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ ଥିଲେ ରୋହିତ ଖଣ୍ଡେରୋୱାଲ ।

Share

Leave a Reply

Your email address will not be published. Required fields are marked *

2 × 4 =