ଜୁଲାଇ ୨ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ

ଆସନ୍ତା ଜୁଲାଇ ୨ ତାରିଖରୁ ଆରମ୍ଭ ହେବାକୁ ଯାଉଛି ବିଧାନସଭା ମୌସୁମୀ ଅଧିବେଶନ । ତେବେ ମୌସୁମୀ ଆରମ୍ଭ ସମୟରେ ଯାନବାହନ ଚଳାଚଳ ଉପରେ କଟକଣା ଲାଗିବ । ଓଡ଼ିଶା ସହରାଞ୍ଚଳ ଆଇନ ୨୦୦୩ ଧାରା ଅନୁଯାୟୀ ଏହି କଟକଣା କରାଯାଇଛି।

ବିଧାନସଭାକୁ ସଂଲଗ୍ନ କରୁଥିବା ରାସ୍ତା ଉପରେ ଆସନ୍ତା ଜୁଲାଇ ୨ରୁ ଅଧିବେଶନ ଶେଷ ପର୍ଯ୍ୟନ୍ତ କଟକଣା ରଖାଯାଇଛି। ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ କେଶରୀ ସିନେମା ହଲ୍‌ଠାରୁ ଆଗକୁ ନ ଯାଇ ବାମ ପଟ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ । ଏଜି ଛକ ପଟୁ ପିଏମ୍‌ଜି ଛକ ଆଡକୁ ଆସୁଥିବା ଗାଡ଼ିଗୁଡ଼ିକ ଜୟଦେବଭବନ ପାଖରେ ଅଟକି ଡାହାଣ ପଟରେ ଇନ୍ଦିରା ଗାନ୍ଧୀ ପାର୍କ କଡ଼ ରାସ୍ତା ଦେଇ ଗନ୍ତବ୍ୟ ସ୍ଥଳକୁ ଯାଇପାରିବ।

ସେହିପରି ମାଷ୍ଟରକ୍ୟାଣ୍ଟିନ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡ଼ିକ ଲୋୟର ପିଏମ୍‌ଜି ଛକଠାରୁ ବାମ କିମ୍ବା ଡାହାଣ ପାଶର୍‌ବ ରାସ୍ତା ଦେଇ ଯାଇପାରିବ। ୧୨୦ ବାଟାଲିଅନ ଛକ ପଟୁ ପିଏମ୍‌ଜି ଆଡକୁ ଯାଉଥିବା ଗାଡ଼ିଗୁଡ଼ିକ ପାୱାର ହାଉସ ଛକ ଆଡକୁ ଯିବେ। ରାଜଭବନ ଛକ ପଟୁ ଏମ୍‌ଏଲ୍‌ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପକୁ ଯାଉଥିବା ସମସ୍ତ ଗାଡ଼ିଗୁଡ଼ିକ ଶାସ୍ତ୍ରୀନଗର ଆଡକୁ ଯିବ। ଏହି କଟକଣା ବିଧାନସଭା, ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ୟ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ ଲାଗୁ ହେବନାହିଁ ।

Share

Leave a Reply

Your email address will not be published. Required fields are marked *

11 + nine =