କଟକ ଗଙ୍ଗାମନ୍ଦିର ଅଞ୍ଚଳରୁ ନାମୀଦାମୀ ବ୍ରାଣ୍ଡର ନକଲି ଧୂପକାଠି

ନକଲି ସାମଗ୍ରୀର ପେଣ୍ଠସ୍ଥଳୀ ପାଲଟିଛି କଟକ । ଗତ କିଛିଦିନ ଧରି ନକଲି ଘିଅ, ସସ୍, ସିମେଣ୍ଟ, ଗୁଠଖା,ମସଲା, ଆଦି ଠାବ କରାଯାଇଥିଲା । ଆଜି ପୁଣି ନକଲି ଧୂପକାଠି କାରଖାନାରେ ଚଢାଉ କରାଯାଇଛି । କଟକ ଗଙ୍ଗା ମନ୍ଦିର ଅଞ୍ଚଳରେ ନକଲି ଧୂପକାଠି କାରଖାନାରେ ଲାଲବାଗ ଥାନା ପକ୍ଷରୁ ଚଢାଉ କରାଯାଇଛି । ନକଲି ଧୂପକାଠି ପ୍ରସ୍ତୁତି ସରଞ୍ଜାମ ସହ ଖୋଳ ଜବତ ହୋଇଛି । ଏଥିରେ ତିନି ଜଣଙ୍କୁ ଅଟକ ରଖାଯାଇଛି । ସୂଚନାନୁଯାୟୀ କଲିକତାରୁ ଆସିଥିଲା ଏହି ନକଲି ଧୂପକାଠି । ଏହାକୁ ନେଇ ଲାଲବାଗ ଥାନା ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ସୂଚନା ରହିଛି ।

Share

Leave a Reply

Your email address will not be published. Required fields are marked *

fourteen + 7 =