ବିଜେଡିରେ ଯୋଗଦେଲେ ୨୦୦ ବିଜେପି କର୍ମୀ

ପୌର ନିର୍ବାଚନ ତାରିଖ ଘୋଷଣା ପରେ ସରଗରମ ହୋଇଛି ସହର ରାଜନୀତି । ଆରମ୍ଭ ହୋଇଛି ଦଳ ଡିଆଁ ପର୍ବ  । ବିଜେଡିର ଲୋକପ୍ରିୟତାକୁ ପୁଞ୍ଜି କରି ଅନେକ ଆଶାୟୀ ଟିକେଟ ପାଇବାକୁ ଥିବାବେଳେ ବର୍ତ୍ତମାନ ଅନେକ ନେତା ବିଜେଡିରେ ଯୋଗଦେବାକୁ ଆଗ୍ରହ ପ୍ରକାଶ କରିଛନ୍ତି । ବିଜେପି ଛାଡି ବିଜେଡିରେ ସାମିଲ ହୋଇଛନ୍ତି ୪୦ ଓ ୪୧ ନମ୍ବର ୱାର୍ଡର ୨୦୦ରୁ ଅଧିକ କର୍ମୀ ।

ବିଜେଡିରେ ସାମିଲ ହୋଇଥିବା କର୍ମୀଙ୍କ ମଧ୍ୟରେ ଅଛନ୍ତି ବିଜେପି ବନଦୁର୍ଗା ମଣ୍ଡଳ ସଭାପତି ଫିରୋଜ ଖାନ୍ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବିକାଶଧାରା ଓ ସ୍ୱଚ୍ଛ ଶାସନରେ ପ୍ରଭାବିତ ହୋଇ ସେମାନେ ବିଜେଡିରେ ସାମିଲ ହୋଇଛନ୍ତି । ଏହାଦ୍ୱାରା ଦଳ ଓ ୱାର୍ଡ ଆହୁରି ମଜବୁତ ହେବ । ଯାହାକୁ ବି ପୌର ନିର୍ବାଚନରେ ନବୀନ ବାବୁ ଟିକେଟ ଦେବେ, ଆମେ ଦଳର ଶୃଙ୍ଖଳିତ କର୍ମୀ ଭାବେ ତାଙ୍କୁ ସମର୍ଥନ କରିବୁ ବୋଲି ସାମିଲ ପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ସମସ୍ତ କର୍ମୀ ।

ମାର୍ଚ୍ଚ ୨୬ରେ ରାଜ୍ୟରେ ପୌର ଭୋଟ୍ ପଡିବାକୁ ଯାଉଛି । ପଞ୍ଚାୟତ ଦଖଲ ପରେ ପୌରରେ ମଧ୍ୟ ଶାସକ ବିଜେଡି ଭଲ ସ୍ଥିତିରେ ରହିବ ବୋଲି ରାଜନୀତିକ ସମୀକ୍ଷକ ମାନେ ଗଣିତ କଷିବା ଆରମ୍ଭ କଲେଣି  । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଲୋକପ୍ରିୟତା ଏବଂ ଲୋକାଭୀମୁଖୀ ଯୋଜନା ହିଁ  ବିଜେଡି ବିଜୟର କାରଣ ସାଜିଛି  । ତେଣୁ ନିର୍ବାଚନ ତାରିଖ ଘୋଷଣା ପରେ ଦଳରେ ସାମିଲ ହେବା ପକ୍ରିୟା ଆରମ୍ଭ ହୋଇଛି  ।

Share

Leave a Reply

Your email address will not be published. Required fields are marked *

seven + 11 =