ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର: ନବୀନ

ଲାଲଗଡଡରେ ବିଜେଡି ସୁପ୍ରିମୋଙ୍କ କ୍ୟାମ୍ପେନ୍। ଅବିଭକ୍ତ କୋରାପୁଟ ଜିଲ୍ଲାରେ ନିର୍ବାଚନ ପ୍ରଚାର ଆରମ୍ଭ କରିଛନ୍ତି ନବୀନ ପଟ୍ଟନାୟକ। କାଲିମେଳାରେ ନିର୍ବାଚନ ସଭାରେ ବିଜେପି ଉପରେ ବର୍ଷିଛନ୍ତି ନବୀନ। କହିଛନ୍ତି, ବନ୍ୟା ଓ ବାତ୍ୟା ବେଳେ କେହି ଆସିଲେ ନାହିଁ। ନିର୍ବାଚନ ବେଳେ ଦେଖାଦେଉଛନ୍ତି। ପୋଲାଭରମ୍ କାହା ସ୍ୱାର୍ଥରେ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ତାସହ କେନ୍ଦ୍ରକୁ ଟାର୍ଗେଟ କରି ବିଜେଡି ସୁପ୍ରିମୋ କହିଛନ୍ତି, କେବିକେ ଯୋଜନାକୁ କେନ୍ଦ୍ର ବନ୍ଦ କଲା। ବିଜେପିର ବଡ଼ ବଡ଼ ନେତା କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ସାଢ଼େ ଚାରି କୋଟି ଓଡ଼ିଶାବାସୀ ମୋ ପରିବାର। ଆପଣଙ୍କମାନଙ୍କ ସହ ମୁଁ ଅଛି ଓ ରହିବି। ଆପଣମାନଙ୍କର ଯାହା ସମସ୍ୟା ରହିଛି ମୁଁ ଦେଖିବି ବୋଲି କଥା ଦେଇଛନ୍ତି ନବୀନ। କାଲିମେଳା ପରେ ମାଥିଲିରେ ସାଧାରଣ ସଭାରେ ଯୋଗ ଦେବେ ନବୀନ। ଏହାପରେ କୋରାପୁଟ ଜିଲ୍ଲା ଅଭିମୁଖେ ଆସିବେ। ପଟ୍ଟାଙ୍ଗୀ, ଲକ୍ଷ୍ମୀପୁର ଓ ଜୟପୁରରେ ସାଧାରଣ ସଭାରେ ଯୋଗ ଦେବା ସହ ଉଦବୋଧନ ଦେବେ ନବୀନ। ପରେ ଜୟପୁରରେ ରୋଡ ସୋରେ ଯୋଗ ଦେବେ ।

Share

Leave a Reply

Your email address will not be published. Required fields are marked *

two × 3 =