ବିଜେପି ସହ ଏକମତ ନହେବା ଦେଶଦ୍ରୋହ ନୁହେଁ : ଆଡୱାନୀ

ନୂଆଦିଲ୍ଲୀ () : ଦୀର୍ଘ ଦିନ ଧରି ବିଜେପି ରାଜନୀତିରେ କଣଠେସା ହୋଇ ରହିଥିବା ବରିଷ୍ଠ ନେତା ଲାଲକୃଷ୍ଣ ଆଡୱାନୀ ଠିକ ଭୋଟର ଦିନ କେଇଟା ପୂର୍ବରୁ କାଠଗଡାକୁ ଆଣିଛନ୍ତି ଦଳର କାର୍ପଟଦାର ନେତାଙ୍କୁ । ଏଥର ନିର୍ବାଚନରେ ଆଡୱାନୀଙ୍କୁ ଦଳ ପ୍ରାର୍ଥୀ କରିନି । ଆସନ୍ତା ୬ରେ ବିଜେପି ପ୍ରତିଷ୍ଠା ଦିବସ ପାଳନର ଗୋଟିଏ ଦିନ ପୂର୍ବରୁ ସେ ଏକ ବ୍ଲଗରେ ଲେଖିଛନ୍ତି ଯେ ଯେଉଁମାନେ ବିଜେପିକୁ ବିରୋଧ କରୁଛନ୍ତି ସେମାନେ ଦେଶଦ୍ରୋହୀ ନୁହଁନ୍ତି । ତାଙ୍କ ଦଳ କେବେ ମଧ୍ୟ ନିଜର ବିରୋଧୀମାନଙ୍କୁ ଶତ୍ରୁଭାବରେ ଦେଖୁନଥିଲା, ବରଂ ସେମାନଙ୍କୁ ପ୍ରତିପକ୍ଷ ଭାବେ ଦେଖୁଥିଲା ।

ଭାରତୀୟ ଗଣତନ୍ତ୍ରର ମୂଳଭିତ୍ତି ହେଉଛି ବିବିଧତା ଓ ମତ ପ୍ରକାଶ କରିବାର ସ୍ବାଧିନତା । ଯେଉଁମାନେ ବିଜେପି ସହ ଏକମତ ନଥିଲେ ସେମାନଙ୍କୁ କେବେ ହେଲେ ଦେଶଦ୍ରୋହୀ ବୋଲି କୁହାଯାଉନଥିଲା । ଏକ ଦଳୀୟ ନିଷ୍ପତ୍ତି କ୍ରମେ ବିଜେପି ୭୫ ବର୍ଷରୁ ଅଧିକ ବୟସର ପ୍ରାର୍ଥୀମାନଙ୍କୁ ଟିକେଟ ଦେଉନାହିଁ । ଏଥର ବିଜେପି ଆଡଭାନୀଙ୍କ ଗାନ୍ଧିନଗର ସିଟକୁ ଦଳର ସଭାପତି ଅମିତ ଶାହାକୁ ପ୍ରଦାନ କରିଛି ।

Share

Leave a Reply

Your email address will not be published. Required fields are marked *

15 − 13 =