ଟିକାକରଣ ଉପରେ ମନ୍ କି ବାତରେ କହିଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ମନ୍ କି ବାତ୍ ର ୭୮ତମ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ କରୋନା ଟିକାକରଣ ଅଭିଯାନ, ନୂଆ ଡ଼େଲଟା ପ୍ଲସ ଭେରିଆଣ୍ଟ ସମେତ ବିଭିନ୍ନ ତଥ୍ୟ ଉପରେ ଦେଶବାସୀଙ୍କୁ ସମ୍ବୋଧିତ କରୁଛନ୍ତି। ଆଜି ମନ୍ କି ବାତ୍ ରେ ପ୍ରଧାନମନ୍ତ୍ରୀ ପ୍ରଥମେ ଟୋକିଓ ଅଲିମ୍ପିକ୍ସ ପାଇଁ ଖେଳାଳିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଖେଳାଳିଙ୍କୁ ଉତ୍ସାହିତ କରିବାକୁ ଦେଶବାସୀଙ୍କୁ ପରାମର୍ଶ ଦେଇଛନ୍ତି।

ଦିବଙ୍ଗତ ଆଥଲେଟ ମିଲଖା ସିଂହଙ୍କୁ ମନେ ପକାଇଛନ୍ତି ମୋଦୀ । ମିଲଖା ସିଂହ ଅନ୍ୟମାନଙ୍କ ପାଇଁ ପ୍ରେରଣା ଥିଲେ। ସ୍ୱର୍ଗତ ମିଲଖା ସିଂହଙ୍କ ସହ କରିଥିବା ବାର୍ତ୍ତା ଆଳାପ ସବୁଦିନ ପାଇଁ ସ୍ମରଣ ହୋଇ ରହିବ। ମିଲଖା ସିଂହ ଚିକିତ୍ସାଧୀନ ଥିବା ସମୟରେ ତାଙ୍କ ସହ କଥା ହେବାର ସୁଯୋଗ ପାଇଥିଲି। ଟୋକିଓ ଅଲିମ୍ପିକ୍ସକୁ ଯାଉଥିବା ଖେଳାଳିଙ୍କୁ ପ୍ରେରଣା ଦେବା ନିମନ୍ତେ ଅନୁରୋଧ କରିଥିଲି। ଉତ୍ସର୍ଗୀକରଣ,ପ୍ରତିଭାବାନ,ପ୍ରତିବଦ୍ଧତା ଏକତ୍ରିତ ହେଲେ ଚାମ୍ପିୟନ ଉତ୍ପତ୍ତି ହୋଇଥାଆନ୍ତି।

ଦେଶରେ ଟିକାକରଣ ଅଭିଯାନକୁ ପ୍ରଶଂସା କରିଛନ୍ତି। ଜୁନ ୨୧ ଅନ୍ତର୍ଜାତୀୟ ଯୋଗ ଦିବସରେ ରେକର୍ଡ ସଂଖ୍ୟକ ଟିକାକରଣ ହୋଇଛି। ଦିନକରେ ୮୬ ଲକ୍ଷରୁ ଅଧିକ ଲୋକଙ୍କୁ ଟିକା କରଣ କରାଯାଇଛି। କରୋନା ବିରୋଧରେ ବିଜୟ ପାଇଁ ଲଢେଇ ଜାରି ରଖିବାକୁ ପଡିବ। ପ୍ରତିଦିନ ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱଦେଶୀ ଟିକା ଦିଆଯାଇଛି। ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ସମ୍ବୋଧିତ କରି କହିଛନ୍ତି, କରୋନା ମହାମାରୀ ଠାରୁ ରକ୍ଷା ପାଇବା ପାଇଁ ୨ଟି ରାସ୍ତା ଅଛି। ପ୍ରଥମଟି ଟିକା ନିଅନ୍ତୁ। ୨ୟ ତୁଣ୍ଡି ପିନ୍ଧିବା ସହ ସମସ୍ତ କରୋନା ନିୟମକୁ ପାଳନ କରନ୍ତୁ।

Share

Leave a Reply

Your email address will not be published. Required fields are marked *

4 + fifteen =