DIGଙ୍କ ମାନବିକତା

କେନ୍ଦ୍ରାପଡା()  ସ୍ଥଳ ଭାଗ ଆଡକୁ କାୟା ବିସ୍ତାର କରି ମାଡି ଆସୁଛି ପ୍ରଳୟଙ୍କରୀ ସାମୁଦ୍ରୀକ ଝଡ଼ ଅମ୍ଫନ । ଆଜି ରାତି ସାଢ଼େ ଆଠ ପରେ ଲ୍ୟାଣ୍ଡଫଲ୍ କରିବ ବାତ୍ୟା । ସାଢେ ୮ଟାରୁ ୧୦ଟା ମଧ୍ୟରେ ଲ୍ୟାଣ୍ଡଫଲ କରିବ ଅମ୍ଫାନ୍ । ପ୍ରାୟ ଅପରାହ୍ନ ୪ଟାରୁ ସାଢ଼େ ୪ଟା ବେଳେ ଭୋଗରାଇ ଅତିକ୍ରମ କରିବ ବାତ୍ୟା । ବର୍ତ୍ତମାନ ସୁଦ୍ଧା ପାରାଦ୍ୱୀପରେ ୨୦୮ ମିମି ବର୍ଷା ରେକର୍ଡ଼ ହୋଇଛି । ଚାନ୍ଦବାଲିରେ ୬୭ ମିମି ଓ ଭୁବନେଶ୍ୱରରେ ୪୭ ମିମି ବର୍ଷା ରେକର୍ଡ଼ ହୋଇଛି ।

ଏଭଳି ସ୍ଥିତିରେ ଉପକୂଳ ଅଞ୍ଚଳର ସମସ୍ତ ଲୋକଙ୍କୁ ସ୍ଥାନାନ୍ତର କରାଯାଇଛି । ପ୍ରାୟ ୧ ଲକ୍ଷ ୨୦ ହଜାର ଲୋକଙ୍କୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି ।

ହେଲେ କିଛି ଲୋକ ନିଜ କଚା ଘର ଛାଡିବା ପାଇ ରାଜି ନଥିବା ବେଳେ ଖୋଦ DIG ନିଜେ ସେମାନଙ୍କୁ ବୁଝାଇ ସେମାନଙ୍କୁ ନିରାପଦା ସ୍ଥାନକୁ ସ୍ଥାନାନ୍ତର କରିଥିବା ଦୃଶ୍ୟ ସାମ୍ନାକୁ ଆସିଛି । ଯାହା ଅନେକରେ ପ୍ରଶଂସା ସାଉଁଟୁଛି ।  ସ୍ବତନ୍ତ୍ର ରିଲିଫ କମିସନର ପ୍ରଦୀପ ଜେନା ନିିଜ ଟ୍ବିଟ ଯୋଗେ ଏହି ସୂଚନା ଦେଇଛନ୍ତତିି ।

ସୂଚନା ଅନୁସାରେ ଗତକାଲି କେନ୍ଦ୍ରାପଡାରେ ବାତ୍ୟା ସ୍ଥିତି ସମୀକ୍ଷା କରିଥିଲେ ଡିଆଇଜି ଆଶିଷ ସିଂ, କେନ୍ଦ୍ରାପଡା ଏସ୍ପି ନୀତିଶେଖର । ବାତ୍ୟା ସ୍ଥିତି ସମୀକ୍ଷା କରିବା ସହିତ ଲୋକ ମାନଙ୍କୁ ଶୁଖିଲା ଖାଦ୍ୟ ଦେବା ସହିତ ବାତ୍ୟା ଆଶ୍ରୟ ସ୍ତଳୀକୁ ଯିବା ପାଇଁ ପରାମର୍ଶ ଦେଇଥିଲେ ।

Share

Leave a Reply

Your email address will not be published. Required fields are marked *

two × two =