ବିନା ଅନୁମତିରେ ସ୍କୁଲ କ୍ୟାମ୍ପସ ଭିତରେ ପ୍ରବେଶ କରି ପାରିବେ ନାହିଁ ଗଣମାଧ୍ୟମ ପ୍ରତିନିଧି:ଗଣଶିକ୍ଷା ମନ୍ତ୍ରୀ

ମିଡିଆ ଉପରେ ଦୋଷ ଲଦିଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ଅନାବଶ୍ୟକ ଭାବେ କିଛି ଘଟଣା ଘଟୁଛି , ବିଭାଗର ଦୋଷ ଦୁର୍ବଳତା ଜାଣୁଛୁ । ଦୋଷ ଦୁର୍ବଳତା ପଦାକୁ ଆଣିବାର ଅଧିକାର ଗଣମାଧ୍ୟମର ରହିଛି । କିନ୍ତୁ କେତେକ ସ୍ଥାନରେ ଗଣମାଧ୍ୟମର ଭୂମିକା ଆବଶୟକତା ଠାରୁ ବେଶୀ ହେଉଛି । ଅନେକ ୱେବ ମିଡିଆ ଆସିଲେଣି , ସ୍କୁଲରେ ପଶି ବ୍ୟାଘାତ ସୃଷ୍ଟି କରୁଛନ୍ତି । ଆମେ ଗଣମାଧ୍ୟମର ସହଯୋଗ ଲୋଡୁଛୁ ବୋଲି କହିଛନ୍ତି ସମୀର ରଂଜନ ଦାଶ । କିଛି ଗଣମାଧ୍ୟମ ଅନାବଶ୍ୟକ ଭାବେ ସ୍କୁଲ ରେ ପଶି ବାଧା ସୃଷ୍ଟି କରୁଛନ୍ତି । ପଣିକିଆ ପଚାରି ଭିଡିଓ ଭାଇରାଲ ପିଲାଙ୍କୁ ଅପମାନିତ କରିନି କି ପ୍ରଶ୍ନ କୁ ଏଡାଇଲେ ଗଣଶିକ୍ଷାମନ୍ତ୍ରୀ । ୱେବ ମିଡିଆ କୁ ଦୋଷ ଠେଲି ମେନ୍‌ଷ୍ଟ୍ରିମ ଗଣମାଧ୍ୟମକୁ ଧନ୍ୟବାଦ ଦେଲେ ।

Share

Leave a Reply

Your email address will not be published. Required fields are marked *

9 + 17 =