ରାଜଧାନୀର ସପିଂ ମଲରେ ମାସ୍କ ବାଧ୍ୟତାମୂଳକ

ମଲକୁ ଆସୁଥିବା ଗ୍ରାହକ ଓ କର୍ମଚାରୀ ଯେଭଳି ମାସ୍କ ପିନ୍ଧନ୍ତି ତାହା ସୁନିଶ୍ଟିତ କରାଇବାକୁ ବିଏମ୍‍ସି କହିଛି। ସେହିପରି ମଲ୍‍ ପରିସରରେ ସମସ୍ତଙ୍କ ମଧ୍ୟରେ ୬ ଫୁଟର ଦୂରତା ନିୟମ ମାନିବାକୁ କୁହାଯାଇଛି। ଯେମିତି କୌଣସି ସ୍ଥାନରେ ଅଧିକ ଗହଳି ନ ହୁଏ ଓ କରୋନା କଟକଣା ସମୀକ୍ଷା କରିବା ପାଇଁ ଜଣେ କର୍ମଚାରୀ ନିଯୁକ୍ତ କରିବାକୁ କୁହାଯାଇଛି। ଅନ୍ୟପଟେ ବଢୁଥିବା ମାମଲାକୁ ଦୃଷ୍ଟିରେ ରଖି ବିଏମ୍‍ସି ପକ୍ଷରୁ ମଲ୍‍ଗୁଡ଼ିକ ପାଇଁ ମାସ୍କ ପିନ୍ଧିବା ନିୟମ କଡ଼ାକଡ଼ି କରାଯାଇଛି। ସପିଂ ମଲ୍‍/ସପିଂ କମ୍ପ୍ଲେକ୍ସ ଓ ବଡ଼ ବାଣିଜ୍ୟିକ ସଂସ୍ଥା ଆଦିରେ ସାନିଟାଇଜିଂ ଓ ଥର୍ମାଲ୍‍ ସ୍କ୍ରିନିଂକୁ ପୂର୍ବରୁ ବାଧ୍ୟତାମୂଳକ କରାଯାଇଛି । ଏ ସମ୍ପର୍କରେ ପୁଣି ଥରେ ବିଏମସି ମନେ ପକେଇ ଦେଇଛି । ପୂର୍ବରୁ ରାଜଧାନୀରେ ମାସ୍କ ପରିଧାନକୁ ବାଧ୍ୟତାମୂଳକ କରାଯାଇଥିବା ବେଳେ କୋଭିଡ୍‍ ନିୟମ ପାଳନ କରିବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। ଏହାସହିତ ଜନସାଧାରଣମାନେ ସର୍ବସାଧାରଣ ସ୍ଥାନରେ ଦୁଇ ମିଟର ଦୂରତା ଅବଲମ୍ବନ କରିବାକୁ ମଧ୍ୟ କୁହାଯାଇଛି। ସେହିପରି ଲୋକମାନେ ସାନିଟାଇଜ୍ କରିବା ସହିତ ଲୋକମାନଙ୍କୁ ବାହାରେ ଛେପ ନ ପକାଇବା ପାଇଁ ପରାମର୍ଶ ଦିଆଯାଇଛି ।

Share

Leave a Reply

Your email address will not be published. Required fields are marked *

nineteen − 13 =