ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ ଏବେ ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସାର୍ଟିଫାଏଡ୍‌

ଭୁବନେଶ୍ୱର: ୨୦୨୩ ଜାନୁଆରିରୁ ୨୦୨୪ ଜାନୁଆରି ପର୍ଯ୍ୟନ୍ତ ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡସ୍ “ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ’ ସାର୍ଟିଫାଏଡ୍ ହୋଇଛି । ପାଚଂ ଦଶନ୍ଧିରୁ ଅଧିକ ଇତିହାସ ଥିବା ସର୍ବଭାରତୀୟ ଗହଣା ପ୍ରତିଷ୍ଠାନ ତଥା ପୂର୍ବ ଭାରତର ଅଗ୍ରଣୀ ଗହଣା ରିଟେଲର ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସକୁ ପ୍ରଥମ ଥର ଲାଗି ଏହି ସମ୍ମାନଜନକ ପୁରସ୍କାର ମିଳିଛି ।
ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ହେଉଛି କର୍ମକ୍ଷେତ୍ର ସଂସ୍କୃତିର ବିଶ୍ୱସ୍ତରୀୟ କର୍ତର୍ୃପକ୍ଷ । ୧୯୯୨ ପରଠାରୁ ବିଶ୍ୱବ୍ୟାପୀ ୧୦୦ ନିୟୁତରୁ ଅଧିକ କର୍ମଚାରୀଙ୍କ ସର୍ଭେ କରାଯାଇଛି ଏବଂ ସେହି ଗଭୀର ଅନ୍ତର୍ଦୃଷ୍ଟିକୁ ବ୍ୟବହାର କରି ଶ୍ରେଷ୍ଠ କର୍ମ କ୍ଷେତ୍ର କ’ଣ ତାହା ନିର୍ଧାରଣ କରାଯାଇଛି । ଏହି ସଂସ୍ଥା ୬୦ରୁ ଅଧିକ ଦେଶର ବ୍ୟବସାୟ, ଅଣ ଲାଭଦାୟକ ସଂସ୍ଥା ଓ ସରକାରୀ ଏଜେନ୍ସିକୁ ସେବା ପ୍ରଦାନ କରୁଛି ଏବଂ ତିନି ଦଶନ୍ଧିରୁ ଅଧିକ ସମୟ ଧରି ଶ୍ରେଷ୍ଠ କର୍ମକ୍ଷେତ୍ରର ବିଭିନ୍ନ ଗୁଣଗୁଡ଼ିକ ଉପରେ ଗବେଷଣା କରିବା କ୍ଷେତ୍ରରେ ଅଗ୍ରଦୂତ ରହିଛି ।
ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସର ଏମ୍‌ଡି ଓ ସିଇଓ ଶୁଭଙ୍କର ସେନ୍ କହିଛନ୍ତି ଯେ, “ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସରେ ଏକ ସମାନ ସୁଯୋଗ ପ୍ରଦାନକାରୀ ନିଯୁକ୍ତିଦାତା ହୋଇରହିବାରେ ଆମେ ସର୍ବଦା ବିଶ୍ୱାସ କରୁ ଏବଂ ଆମ କର୍ମଚାରୀ ସଂଖ୍ୟାରେ ଆମେ ବିବିଧତା ବଜାୟ ରଖିବାକୁ ଉଦ୍ୟମ କରୁଛୁ । ସେନ୍‌କୋ ଗୋଲ୍ଡ ଆଣ୍ଡ୍ ଡାଇମଣ୍ଡ୍‌ସ ଅନ୍ତୁର୍ଭକ୍ତୀକରଣର ସର୍ବଦା ପ୍ରସାର କରୁଛି ଏବଂ ନିୟମିତ ଭାବେ ଏଲ୍‌ଜିବିଟିକ୍ୟୁ+ ସମାଜକୁ ସମର୍ଥନ କରୁଛି । ଆମ ଉପରେ ଆମ ୨୦୦୦ରୁ ଅଧିକ କର୍ମଚାରୀଙ୍କ ରହିଥିବା ବିଶ୍ୱାସର ସ୍ୱୀକୃତି ହେଉଛି ଦି ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ ସାର୍ଟିଫିକେସନ୍ । ଆମ ଗ୍ରାହକମାନଙ୍କ ପାଇଁ ସେନ୍‌କୋର ଚେହେରା ପାଲଟିଥିବା ଆମ କର୍ମଚାରୀମାନଙ୍କର ଏହି ବିଶ୍ୱାସ ଏହା ନିଶ୍ଚିତ କରୁଛି ଯେ ଆମେ ନିରନ୍ତର ଭାବେ ସବୁଠୁ ବିଶ୍ୱସନୀୟ ଗହଣା ବ୍ରାଣ୍ଡ୍ ଲିଗ୍‌ରେ ରହିଛୁ ।’’
ନିରନ୍ତର ବ୍ୟବସାୟ ଫଳାଫଳ ପ୍ରଦାନ କରିବା ନିମନ୍ତେ ଉଚ୍ଚ ବିଶ୍ୱାସ ଓ ଉଚ୍ଚ ପ୍ରଦର୍ଶନ ସଂସ୍କୃତି ଗଠନ କରିବାରେ ସହାୟକ ହେବା ଲାଗି ଏହି ଅନୁଷ୍ଠାନ ୨୦ରୁ ଅଧିକ ଶିଳ୍ପ କ୍ଷେତ୍ରରେ ବାର୍ଷିକ ୧୪୦୦ରୁ ଅଧିକ ସଂସ୍ଥା ସହ ସହଯୋଗିତା ସ୍ଥାପନ କରୁଛି । ଗ୍ରେଟ୍ ପ୍ଲେସ୍ ଟୁ ୱାର୍କ କମ୍ୟୁନିଟିରେ ଭାରତର ଶତାଧିକ ସିଇଓ ଓ ସିଏକ୍ସଓ ରହିଛନ୍ତି ଯେଉଁମାନେ ଭାରତକୁ ସମସ୍ତଙ୍କ ପାଇଁ କାର୍ଯ୍ୟ କରିବାର ଏକ ଶ୍ରେଷ୍ଠ ସ୍ଥାନରେ ପରିଣତ କରିବାକୁ ପ୍ରତିବଦ୍ଧ ରହିଛନ୍ତି ।
ଅନୁଷ୍ଠାନର ଗବେଷଣାରୁ ଜଣାପଡ଼ିଛି ଯେ ଶ୍ରେଷ୍ଠ କର୍ମକ୍ଷେତ୍ରର ଗୁଣଗୁଡ଼ିକ ହେଉଛି ଶ୍ରେଷ୍ଠ ନେତୃତ୍ୱ, ନିରନ୍ତର କର୍ମଚାରୀ ଅନୁଭୂତି ଏବଂ ନିରନ୍ତର ଆର୍ଥିକ ପ୍ରଦର୍ଶନ । ଏଭଳି ସଂସ୍ଥା କର୍ମଚାରୀମାନଙ୍କୁ ସେମାନଙ୍କ ଭୂମିକା, ଲିଙ୍ଗ, ଅବଧି କିମ୍ବା ସ୍ତର ଭିନ୍ନ ଏକ ନିରନ୍ତର ଅନୁଭୂତି ପ୍ରଦାନ କରିପାରନ୍ତି । ସେମାନଙ୍କ ନେତୃତ୍ୱ ମଣ୍ଡଳୀ ସମସ୍ତଙ୍କ ପାଇଁ ଏକ ଶ୍ରେଷ୍ଠ କର୍ମକ୍ଷେତ୍ର ସୃଷ୍ଟି କରିବା ଏବଂ ବଜାୟ ରଖିବା ଉପରେ ବିଶ୍ୱାସ କରନ୍ତି ଏବଂ ସମସ୍ତ ନେତୃତ୍ୱ ମଣ୍ଡଳୀ ପାଇଁ ରୋଲ୍ ମଡେଲ୍ ସାଜିବାରେ ବିଶ୍ୱାସ କରନ୍ତି ।

Share

Leave a Reply

Your email address will not be published. Required fields are marked *

three + sixteen =