ପୁରା ଦିନ ଉତ୍କଳ ବିଶ୍ଵବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ସହ ସମୟ କାଟିବେ ଉଚ୍ଚଶିକ୍ଷା ମନ୍ତ୍ରୀ

ଭୁବନେଶ୍ୱର () ଛାତ୍ରଛାତ୍ରୀମାନଙ୍କର ବିକ୍ଷୋଭ ପରେ ଆଜି ଉଚ୍ଚ ଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଉତ୍କଳ ବିଶ୍ୱ ବିଦ୍ୟାଳୟ ଅଚାନକ ଗସ୍ତ କରିଛନ୍ତି । ହଷ୍ଟେଲର ଭିତ୍ତିଭୂମି ଓ ଅନ୍ୟାନ୍ୟ ବିଷୟରେ ପଚାରି ବୁଝିଛନ୍ତି ମନ୍ତ୍ରୀ । ଏହା ସହିତ ଅନ୍ୟାନ୍ୟ କାର୍ଯ୍ୟଗୁଡ଼ିକର ମଧ୍ୟ ସମୀକ୍ଷା କରିଛନ୍ତି । ମନ୍ତ୍ରୀ ଆଜି ପୁରା ଦିନ ବିଶ୍ଵ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କ ସହ କାଟିବେ ବୋଲି ଜଣାପଡିଛି। ବିଶ୍ୱବିଦ୍ୟାଳୟ ବିକାଶ ପାଇଁ କୋଟି କୋଟି ଟଙ୍କା ଆସୁଛି । କିନ୍ତୁ ତାହା କଣ ପାଇଁ ବିକାଶ କାର୍ଯ୍ୟ ରେ ଲାଗି ପାରୁନାହିଁ ତାହାକୁ ନେଇ ବିରକ୍ତ ପ୍ରକାଶ କରିବା ସହ ତୁରନ୍ତ ଏହି ପାଣ୍ଠିକୁ ବିନିଯୋଗ ପାଇଁ ତାଗିଦ କରିଥିଲେ। ଏହି ଗସ୍ତ ସମୟରେ ମନ୍ତ୍ରୀଙ୍କ ସହ ସ୍ଥାନୀୟ ଉତ୍ତର ବିଧାୟକ ସୁଶାନ୍ତ ରାଉତ ମଧ୍ୟ ଉପସ୍ଥିତ ଥିବା ସୂଚନା ମିଳିଛି।

ଗତ ଦୁଇ ଦିନ ତଳେ ୧୦ ଦଫା ଦାବିରେ ଛାତ୍ରଛାତ୍ରୀମାନେ କୁଳପତିଙ୍କୁ ଘେରିଥିଲେ । କୁଳପତିଙ୍କ କାର୍ଯ୍ୟାଳୟକୁ ଧସେଇ ପଶିବାକୁ ଉଦ୍ୟମ କରିବା ସହିତ ସେଠାରେ ବସି ନାରାବାଜି କରିଥିଲେ । ପରିସ୍ଥିତି ଅଣାୟତ ହେବାରୁ ଭୁବନେଶ୍ୱର ଡିସିପି ନିଜେ ପହଁଚି ଛାତ୍ରଛାତ୍ରୀଙ୍କ ସହିତ ଆଲୋଚନା କରିଥିଲେ ।

Share

Leave a Reply

Your email address will not be published. Required fields are marked *

eleven − 4 =