ଓଡିଶାକୁ ବାତ୍ୟା ଭୟ

ଦାନା ବାନ୍ଧୁଛି ବାତ୍ୟା । ମେ ୧୦ ତାରିଖ ବେଳକୁ ଆସିପାରେ ସମ୍ଭାବ୍ୟ ବାତ୍ୟା । ଏହି ଖରା ଦିନିଆ ସମ୍ଭାବ୍ୟ ବାତ୍ୟା ଆଶଙ୍କା ଚିନ୍ତା ବଢାଇଛି । ସମ୍ଭାବ୍ୟ ବାତ୍ୟାକୁ ନେଇ ଭିନ୍ନ ଭିନ୍ନ ଆକଳନ କରିଛନ୍ତି ବିଭିନ୍ନ ପାଣିପାଗ ସଂସ୍ଥାର ମଡେଲ । ଅଧିକାଂଶ ମଡେଲଙ୍କ କହିବାନୁସାରେ, ସମ୍ଭାବ୍ୟ ବାତ୍ୟା ଭୀଷଣ ରୂପ ନେଇପାରେ । ଆସନ୍ତା ୧୦ ବେଳକୁ ଆନ୍ଧ୍ରପ୍ରଦେଶ, ଓଡିଶା, ପଶ୍ଚିମବଙ୍ଗ ମଧ୍ୟରେ ମାଡ ହୋଇପାରେ ବୋଲି ପୂର୍ବାନୁମାନ କରାଯାଇଛି । ଏପରିକି ଏହା ଦିଗ ବଦଳାଇ ବାଂଲାଦେଶ ଆଡକୁ ମୁହାଁଇପାରେ । ଭାରତୀୟ ପାଣିପାଗ ବିଭାଗର ପୂର୍ବାନୁମାନ, ଆସନ୍ତା ୪ ତାରିଖ ବେଳକୁ ଦକ୍ଷିଣ ଆଣ୍ଡାମାନସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ସମ୍ଭାବନା ଅଛି । ୫ରେ ଏହା ଲଘୁଚାପରେ ପରିଣତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଏହା ଅଧିକ ଘନୀଭୂତ ହୋଇପାରେ । 

Share

Leave a Reply

Your email address will not be published. Required fields are marked *

one + 2 =