କମିଲା କିରୋସିନ, ଅଗଷ୍ଟରୁ ମିଳିବ ୨ ଲିଟର କିରୋସିନ

ଭୁବନେଶ୍ୱର() ଆସନ୍ତା ମାସରୁ ପ୍ରତି ପରିବାରକୁ ଅଢେଇ ଲିଟର କିରୋସିନି ବଦଳରେ ୨ ଲିଟର କିରୋସିନି ମିଳିବ । ତେବେ ଏନେଇ ବିଧାନସଭାରରେ ଉତ୍ତର ରଖିଛନ୍ତି ଖାଦ୍ୟ ଯେଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ।

ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ କହିବାନୁସାରେ, କେନ୍ଦ୍ର କିରୋସିନ୍ କୋଟା କମାଇଥିବାରୁ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର କୋଟାରେ ଜୁଲାଇ ମାସ ଯାଏଁ ୨୦ ହଜାର ୭୦୦ କିଲୋ ଲିଟର କିରୋସିନି ମିଳୁଥିଲା । ଯାହା ଏବେ ୧୬, ୩୮୪ କିଲୋ ଲିଟରକୁ ଖସି ଆସିଛି । ଫଳରେ ପରିବାର ପିଛା ୧.୮୯ ଲିଟର କିରୋସିନ୍ ପଡୁଛି । ତେଣୁ ପଡି କାର୍ଡଧାରୀଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଅଗଷ୍ଟ ମାସରୁ କଣ୍ଟ୍ରୋଲେରେ ୨ ଲିଟର କିରୋସିନି ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

18 + twelve =