Friday, October 30, 2026
Latestମନୋରଞ୍ଜନ

ଦ୍ୱିତୀୟ ବିବାହ କରିବେ କରିସ୍ମା କପୁର

ନିକଟରେ ଅଭିନେତ୍ରୀ କରିସ୍ମା କପୁର ଇନଷ୍ଟାଗ୍ରାମରେ ‘ଆସ୍କ ମି ଏନିଥିଙ୍ଗ୍’ ସେସନ୍ ରଖିଥିଲେ। ଏହି ସମୟରେ ଫ୍ୟାନ୍ସ ତାଙ୍କୁ ଅନେକ ଫନି ଏବଂ ପର୍ସନାଲ୍ ପ୍ରଶ୍ନ ପଚାରିଥିଲେ। ଯାହାର ଉତ୍ତର ବି ଅଭିନେତ୍ରୀ ଦେଇଥିଲେ। ଲୋକମାନେ ଅଭିନେତ୍ରୀଙ୍କୁ ତାଙ୍କର ପ୍ରିୟ ଖାଦ୍ୟ, ପ୍ରିୟ ଷ୍ଟାର, ପ୍ରିୟ ରଙ୍ଗ ଏବଂ ସେ ପୁନର୍ବାର ବିବାହ କରିବେ କି? ବୋଲି ପଚାରି ଥିଲେ।

‘ଆସ୍କ ମି ଏନିଥିଙ୍ଗ’ ସେସନରେ ଜଣେ ଫ୍ୟାନ୍ସ ଅଭିନେତ୍ରୀଙ୍କୁ ଏକ ପର୍ସନାଲ୍ ପ୍ରଶ୍ନ ପଚାରିଥିଲେ। ସେ ଲେଖିଥିଲେ, ଆପଣ ପୁନର୍ବାର ବିବାହ କରିବେ କି? ଏହି ପ୍ରଶ୍ନର ଉତ୍ତରରେ କରିସ୍ମା ଏକ ଦ୍ୱନ୍ଦ୍ୱପୂର୍ଣ୍ଣ ଗିଫ୍ ସେୟାର୍ କରି ଲେଖିଥିଲେ ‘ଡିପେଣ୍ଡସ୍’।

କରିସ୍ମା ୨୦୦୩ ମସିହାରେ ଦିଲ୍ଲୀର ବିଜନେସ୍ ମ୍ୟାନ୍ ସଞ୍ଜୟ କପୁରଙ୍କୁ ବିବାହ କରିଥିଲେ। କିନ୍ତୁ ୨୦୧୬ ରେ ଦୁହିଁଙ୍କର ଛାଡପତ୍ର ହୋଇଥିଲା। ଏହି ବିବାହରୁ ଅଭିନେତ୍ରୀଙ୍କ ଦୁଇଟି ସନ୍ତାନ, ଝିଅ ସମାୟରା ଏବଂ ପୁଅ କିଆନ ଅଛନ୍ତି।

Share

Leave a Reply

Your email address will not be published. Required fields are marked *

one × three =