୭୦ ବର୍ଷ ବୟସରେ ଦେଲେ ମାଟ୍ରିକ ପରୀକ୍ଷା

ପିଲାଙ୍କ ସହ ବସି ବିଧାୟକ ଦେଲେ ମାଟ୍ରିକ ପରୀକ୍ଷା । ଫୁଲବାଣୀ ବିଧାୟକ ଅଙ୍ଗଦ କହଁର ପରୀକ୍ଷା ହଲରେ ବସି ମାଟ୍ରିକ ପରୀକ୍ଷା ଦେଉଥିବା ଦେଖିବାକୁ ମିଳିଛି । ଫୁଲବାଣୀର ରୁଜାଙ୍ଗି ହାଇସ୍କୁଲରେ ବିଧାୟକ ଏବଂ ତାଙ୍କ ଅନ୍ୟ ଦୁଇ ବନ୍ଧୁ ଏକାଠି ଇଂରାଜୀ ପରୀକ୍ଷା ଦେଇଛନ୍ତି । ପରିକ୍ଷାର୍ଥୀଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ ବିଧାୟକ । ଆଡମିଟ୍ କାର୍ଡ ଯାଞ୍ଚ ପରେ ହଲକୁ ଯାଇଥିଲେ । ସେହିପରି ତାଙ୍କ ସରପଞ୍ଚ ବନ୍ଧୁ ମଧ୍ୟ ତାଙ୍କ ସହ ପରୀକ୍ଷା ଦେଇଛନ୍ତି । ପାଠ ପଢା ପାଇଁ କିଛି ବୟସ ସୀମା ନଥାଏ ବୋଲି କହିଛନ୍ତି ଅଙ୍ଗଦ କହଁର । ତେବେ ପିଲାବେଳେ ପାରିବାରିକ ଓ ଆର୍ଥିକ ସମସ୍ୟା ଯୋଗୁଁ ମାଟ୍ରିକ ପରୀକ୍ଷା ଦେଇପାରିନଥିଲେ । ପରେ ରାଜନୀତି ରେ ମିଶି ବିଭିନ୍ନ ପଦ ପଦବୀ ରେ ରହି ବ୍ୟସ୍ତତା ଭିତରେ ଇଚ୍ଛା ଥିଲେ ବି ମାଟ୍ରିକ ପରୀକ୍ଷା ଆଉ ଦେଇପାରିନଥିଲେ । ତେବେ ବୟସ୍କ ଲୋକ ମାନେ ପରୀକ୍ଷା ଦେଉଥିବା ଦେଖି ବର୍ତମାନ ଆଗ୍ରହ ପ୍ରକାଶ କରିଥିବା କହିଛନ୍ତି ବିଧାୟକ ଅଙ୍ଗଦ କହଁର ।

Share

Leave a Reply

Your email address will not be published. Required fields are marked *

2 × four =