Friday, October 30, 2026
Latestରାଜ୍ୟ

ଆଜି ଆଉ ୧୪୭୪ କରୋନା ପଜିଟିଭ

ଭୁବନେଶ୍ବର()   ରାଜ୍ୟରେ ଆଉ ୧୪୭୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କ୍ୱାରେଂଟାଇନରେ ୮୫୫ ଜଣ ଥିବାବେଳେ ୬୧୯ ଜଣ ସ୍ଥାନୀୟ ସଂସ୍ପର୍ଶରେ ଆସି କରୋନା ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ଲକ୍ଷ ୯୫ ହଜାର ୮୮୯ରେ ପହଁଚିଛି । ସୂଚନା ଓ ଲୋକସମ୍ପର୍କ ବିଭାଗର ସୂଚନା ଅନୁଯାୟୀ, ଅନୁଗୁଳରେ ୭୬, ବାଲେଶ୍ୱରରେ ୭୮, ବରଗଡ଼ରେ ୬୮, ଭଦ୍ରକରେ ୧୯, ବଲାଙ୍ଗୀରରେ ୮୯, ବୌଦ୍ଧରେ ୫, କଟକରେ ୧୨୦, ଦେବଗଡ଼ରେ ୭, ଢେଙ୍କାନାଳରେ ୧୮, ଗଜପତିରେ ୫, ଗଞ୍ଜାମରେ ୩୩, ଜଗତସିଂହପୁରରେ ୬୭, ଯାଜପୁରରେ ୩୯, ଝାରସୁଗୁଡ଼ାରେ ୩୯, କଳାହାଣ୍ଡିରେ ୩୬, କନ୍ଧମାଳରେ ୧୯, କେନ୍ଦ୍ରାପଡ଼ାରେ ୫୬, କେନ୍ଦୁଝରରେ ୬୯, ଖୋର୍ଦ୍ଧାରେ ୧୭୫, କୋରାପୁଟରେ ୨୩, ମାଲକାନାଗିରିରେ ୨୯, ମୟୂରଭଞ୍ଜରେ ୫୨, ନବରଙ୍ଗପୁରରେ ୩୦, ନୟାଗଡ଼ରେ ୨୦, ନୂଆପଡ଼ାରେ ୪୬, ପୁରୀରେ ୭୩, ରାୟଗଡ଼ାରେ ୭, ସମ୍ବଲପୁରରେ ୩୭, ସୋନପୁରରେ ୫, ସୁନ୍ଦରଗଡ଼ରେ ୧୦୪ ଓ ରାଜ୍ୟ ପୁଲରୁ ୩୦ ଜଣ ଚିହ୍ନଟ ହୋଇଛନ୍ତି ।

Share

Leave a Reply

Your email address will not be published. Required fields are marked *

15 + two =