ଆଉ ୧୨ ମୁଣ୍ଡ ନେଲା କରୋନା

ଭୁବନେଶ୍ବର()  ରାଜ୍ୟରେ ଆଉ ୧୨ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ମାଲକାନଗିରି ଓ ମୟୂରଭଞ୍ଜରୁ ତିନିଜଣ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଭୁବନେଶ୍ବରରୁ ୨ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି କେଉଁଝର, ଝାରସୁଗୁଡା, ଯାଜପୁର ଓ ରାୟଗଡାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଏନେଇ ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ନୂତନ ମୃତକଙ୍କ ମିଶାଇରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୧୩୬୪କୁ ବୃଦ୍ଧି ହୋଇଛି।
ମୟୂରଭଞ୍ଜରୁ ୩୮ ବର୍ଷୀୟ, ୬୫ ବର୍ଷୀୟ, ୬୦ ବର୍ଷୀୟ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ମାଲ୍‌କାନଗିରିରୁ ୬୫ ବର୍ଷୀୟା ମହିଳା, ୪୦ ବର୍ଷୀୟ ମହିଳା ଓ ୬୦ ବର୍ଷୀୟ ପୁରୁଷ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ସେହିପରି ଭୁବନେଶ୍ବରରୁ ୭୧ ବର୍ଷ ଓ ୭୮ ବର୍ଷ ବ୍ୟକ୍ତିଙ୍କର ମୃତ୍ୟୁ ହୋଇଛି । ଝାରସୁଗୁଡାରୁ ୬୫ ବର୍ଷୀୟ ପୁରୁଷ, ଯାଜପୁରରୁ ୭୮ ବର୍ଷୀୟ ପୁରୁଷ, କେଉଁଝରରୁ ୬୨ ବର୍ଷୀୟ ପୁରୁଷ,ରାୟଗଡାରୁ ୭୪ ବର୍ଷୀୟ ମହିଳା ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି ।

Share

Leave a Reply

Your email address will not be published. Required fields are marked *

18 − 14 =