ଯୁକ୍ତ ୨ ରେଜଲ୍ଟ ତାରିଖ ଘୋଷଣା
ମେ ୨୦ରେ ପ୍ରକାଶ ପାଇବ ଯୁକ୍ତ ୨ ରେଜଲ୍ଟ…. ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗୀୟ ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କ ସୂଚନା । ଏକା ସଙ୍ଗରେ ପ୍ରକାଶ ପାଇବ କଳା,ବିଜ୍ଞାନ ଓ ବାଣିଜ୍ୟର ଫଳଫଳ ।
ଚଳିତ ବର୍ଷ ୪ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି । କଳା, ବିଜ୍ଞାନ, ବାଣିଜ୍ୟ ଓ ଧନ୍ଦାମୂଳକରେ ସମୁଦାୟ ୪ ଲକ୍ଷ ୧ ହଜାର ୬୨୩ ଜଣ ପରୀକ୍ଷା ଦେବାକୁ ଫର୍ମ ପୂରଣ କରିଥିବା ବେଳେ ସେଥିରୁ ୩ ଲକ୍ଷ ୯୬ ହଜାର ୫୯୨ ଜଣ ପରୀକ୍ଷା ଦେଇଛନ୍ତି । ୫ ହଜାର ୩୧ ଜଣ ପିଲା ପରୀକ୍ଷା ଦେଇ ନାହାନ୍ତି ।
ତେବେ ଚଳିତ ବର୍ଷ ଯୁକ୍ତ ଦୁଇ ଛାତ୍ରଛାତ୍ରୀମାନଙ୍କୁ ପ୍ରଥମ କରି ମିଳିଛି ଇମ୍ପ୍ରୁଭମେଣ୍ଟ ପରୀକ୍ଷାର ସୁବିଧା । ଯୁକ୍ତ ଦୁଇ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀ ଯେ କୌଣସି ଗୋଟିଏ ବିଷୟରେ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇ ପାରିବେ । ଫଳାଫଳ ବାହାରିବାର ଦୁଇ ମାସ ମଧ୍ୟରେ ପରୀକ୍ଷା କରାଯିବ ।
ତେବେ ଫେଲ୍ ହୋଇଥିବା ଛାତ୍ରଛାତ୍ରୀଙ୍କ ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଲାଗି ଅନୁମତି ମିଳିନାହିଁ । ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେବାର ୬୦ ଦିନ ଭିତରେ ଫଳାଫଳ ପ୍ରକାଶ ପାଇବ ।

