ବାଣୀବିହାରରେ ନିର୍ବାଚନ ବାତିଲ୍

ଚଳିତ ବର୍ଷ ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଉତ୍କଳ ବିଶ୍ୱବିଦ୍ୟାଳୟରେ ହେବ ନାହିଁ ଛାତ୍ରସଂସଦ ନିର୍ବାଚନ । ଏନେଇ ଆଜି ବିଶ୍ୱବିଦ୍ୟାଳୟ ପିଜି କାଉନସିଲ ବୈଠକରେ ନିଷ୍ପତ୍ତି ନିଆଯାଇଛି । କ୍ୟାମ୍ପସରେ ଶାନ୍ତ ବାତାବରଣ ନଥିବା ନେଇ ନିର୍ବାଚନକୁ ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ତେବେ ଗତ ବର୍ଷ ମଧ୍ୟ ଉତ୍କଳ ବିଶ୍ୱବିଦ୍ୟାଳୟରେ ଛାତ୍ର ଉତ୍ତେଜନାକୁ ନେଇ ନିର୍ବାଚନ ବାତିଲ କରାଯାଇଥିଲା । କିନ୍ତୁ ଚଳିତବର୍ଷ ସେଭଳି କିଛି ଆଖିଦୃଶିଆ ବିଶୃଙ୍ଖଳା ନଥିଲେ ମଧ୍ୟ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଏଭଳି ନିଷ୍ପତ୍ତି ସମସ୍ତଙ୍କୁ ଦ୍ୱନ୍ଦରେ ପକାଇଛି ।
ଚଳିତବର୍ଷ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବଲି ସେଲିବ୍ରେସନ ହେବାକୁ ଥିବା ବେଳେ ଏହାକୁ ନେଇ ଶାନ୍ତ ପରିବେଶ ନିମନ୍ତେ ନିର୍ବାଚନକୁ ବାତିଲ କରାଯାଇଥିବା ଚର୍ଚ୍ଚା ହେଉଛି । ଗତ କିଛି ଦିନ ତଳେ ବାଣୀବିହାର ପରିସରରେ ତୀବ୍ର ଉତ୍ତେଜନା ପ୍ରକାଶ ପାଇବା ସହ ସାଂଘାତିକ ଗଣ୍ଡଗୋଳ ମଧ୍ୟ ହୋଇଥିଲା । ଦୁଇ ଛାତ୍ରଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ । ତେବେ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଥିବାରୁ ଚଳିତ ବର୍ଷ ନିର୍ବାଚନକୁ ବାତିଲ କରାଯାଇଥିବା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Share

Leave a Reply

Your email address will not be published. Required fields are marked *

twelve − 10 =