ଖରାଦିନ ପାଆନ୍ତୁ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି

ଭୁବନେଶ୍ବର: ଖରାଦିନ ଆରମ୍ଭରୁ ଶରୀରରେ  ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇ ଥାଏ ।ଆବଶ୍ୟକ ପରିମାଣର ପାଣି ନ ପିଇବା କାରଣରୁ ଡିହାଇଡ୍ରେସନ୍ ସମସ୍ୟା ହେବାର ଆଶଙ୍କା ରହିଥାଏ । ତେଣୁ ଏଥିପାଇଁ, ଆପଣ ଆପଣଙ୍କର  ଦୈନନ୍ଦିନ ଖାଦ୍ୟରେ ୭-୮ ଗ୍ଲାସ୍ ପାଣି ସହିତ ଖାଦ୍ୟରେ କିଛି ବିଶେଷ ଆଇଟମ୍ ଅନ୍ତର୍ଭୁକ୍ତ କରିପାରିବେ । ତେବେ ଆସନ୍ତୁ ଜାଣିବା ଏମିତି କିଛି ଖାଦ୍ୟପେୟ ବିଷୟରେ ଯାହାକୁ ଖାଇବା ଏବଂ ପିଇବା ଦ୍ୱାରା ଆପଣଙ୍କ ଶରୀରରେ ଜଳ ଅଭାବ ପୁରଣ ହେବା ସହିତ ଦିନସାରା ଆପଣ ସତେଜ ଅନୁଭବ କରିବେ ।

୧.ତରଭୁଜ: ତରଭୁଜରେ ପ୍ରାୟ ୯୦ ପ୍ରତିଶତ ପାଣି ଶରୀରକୁ ମିଳିଥାଏ ।ଯାହା ଦ୍ୱାରା ଶରୀର ହାଇଡ୍ରେଟ୍ ରହିବା ସହ ଦିନସାରା ସତେଜ ଅନୁଭବ ହୋଇଥାଏ । ଏଥିସହିତ ସ୍କିନ୍ ମଧ୍ୟ ଗ୍ଲୋ କରିଥାଏ ।

୨.ଲେମ୍ବୁପାଣି: ଡିହାଇଡ୍ରେସନ୍ ସମସ୍ୟାରୁ ରକ୍ଷା ପାଇବା ପାଇଁ ପ୍ରତିଦିନ ଲେମ୍ବୁ ପାଣି ନିହାତି ପିଇବା ଉଚିତ୍ । ଏହାଦ୍ୱାରା ଗରମରୁ ମୁକ୍ତି ମିଳିବା ସହିତ ଥକ୍କାପଣକୁ ମଧ୍ୟ ଏହା କମାଇଥାଏ । ଏଥିସହିତ ଇମ୍ୟୁନିଟି ବୁଷ୍ଟ ହେବାରେ ମଧ୍ୟ ସାହାଯ୍ୟ କରିଥାଏ ।

୩.କାକୁଡ଼ି: କାକୁଡି ଅତ୍ୟନ୍ତ ପୁଷ୍ଟିକର ଏବଂ ଆଣ୍ଟି-ଅକ୍ସିଡାଣ୍ଟ ଗୁଣରେ ଭରପୂର ହୋଇଥାଏ । ଏହାକୁ ଖାଇବା ଦ୍ୱାରା ଶରୀରରେ ଡିହାଇଡ୍ରେସନ୍ ସମସ୍ୟା ଦେଖାଦେଇ ନଥାଏ ।ଏଥିସହିତ ଚର୍ମ ଏବଂ କେଶ ସୁନ୍ଦର ଦେଖାଯାଏ ।

ପଇଡ଼ ପାଣି: ପଇଡ଼ ପାଣି ପିଇବା ଦେହ ପ୍ରତି ସବୁଠାରୁ ଭଲ ହୋଇଥାଏ । ଏଥିରେ ସମସ୍ତ ଜରୁରୀ ଉପାଦାନ ଏବଂ ଆଣ୍ଟି-ଅକ୍ସିଡାଣ୍ଟ ରହିଥିବାରୁ ଶରୀରକୁ ପୁଷ୍ଟିକର ଖାଦ୍ୟ ମିଳିଥାଏ । ଗରମରୁ ମୁକ୍ତି ସହିତ ପେଟ ଭଲ ରହିଥାଏ ।ତେବେ ଆପଣ ମଧ୍ୟ ଯଦି ଖରାଦିନେ ଡିହାଇଡ୍ରେସନ୍ ସମସ୍ୟାରୁ ମୁକ୍ତି ପାଇବାକୁ ଚାହାଁନ୍ତି ତେବେ ଏହି ସବୁ ଉପାୟ ଆପଣାନ୍ତୁ ଏବଂ ନିରୋଗ ରୁହନ୍ତୁ ।

 

Share

Leave a Reply

Your email address will not be published. Required fields are marked *

3 × two =