ବଢିପାରେ ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି

ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ସକାଳ ୯ଟା ହେବା ବେଳକୁ ଘରୁ ବାହାରି ହେଉନି। ଡହ ଡହ ଖରାରେ ଜନଜୀବନ ଅସ୍ତବ୍ୟବସ୍ତ ହୋଇପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ମହାବିଦ୍ୟାଳୟ ଓ ବିଶ୍ୱବିଦ୍ୟାଳୟର ଛୁଟି ଅବଧି ବଢିପାରେ ବୋଲି ଜଣାପଡ଼ିଛି । ଏ ନେଇ ବିଚାରବିମର୍ଷ ଚାଲିଛି ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ।

ସେ କହିଛନ୍ତି ଯେ, ସାରା ରାଜ୍ୟରେ ଏବେ ଗ୍ରୀଷ୍ମଲହରୀ ଜାରି ରହିଛି । ଆଗକୁ କିଛି ମଧ୍ୟ ଏପରି ସ୍ଥିତି ରହିବ । ତେଣୁ ବର୍ତ୍ତମାନର ଖରା ସ୍ଥିତିକୁ ଦେଖି ପରବର୍ତ୍ତୀ ନିଷ୍ପତ୍ତି ନିଆଯିବ । ପୂର୍ବରୁ ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହ କାରଣରୁ ମେ ୨ ତାରିଖ ପର୍ଯ୍ୟନ୍ତ ଛୁଟି ଘୋଷଣା କରିଥିଲା ଉଚ୍ଚଶିକ୍ଷା ବିଭାଗ ।

Share

Leave a Reply

Your email address will not be published. Required fields are marked *

4 × 1 =