ଆଜି ଦେଶରେ ୧.୬୧ ଲକ୍ଷ ସଂକ୍ରମିତ, ୮୭୯ ମୃତ

ନୂଆଦିଲ୍ଲୀ: ଦେଶରେ ବୃଦ୍ଧି ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଦେଶରେ ଗତ ୨୪ଘଣ୍ଟା ମଧ୍ୟରେ ୧ ଲକ୍ଷ ୬୧ ହଜାର ୭୩୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଗୋଟିଏ ଦିନରେ ୮୭୯ ଜଣଙ୍କ ମୃତ୍ୟୁ ହୋଇଛି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ରିପୋର୍ଟ ଅନୁଯାୟୀ, ୨୪ ଘଣ୍ଟାରେ ୧ ଲକ୍ଷ ୬୧ ହଜାର ୭୩୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ଜନିତ ଦୈନିକ ମୃତ୍ୟୁ ସଂଖ୍ୟା ୮ଶହ ଟପିଛି । ୨୪ ଘଣ୍ଟା ମଧ୍ୟରେ ୮୭୯ ଜଣଙ୍କ ମୃତ୍ୟୁ ଘଟିଛି ।

ସେହିପରି ଆଜିର ସଂକ୍ରମଣକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୩୬ ଲକ୍ଷ ୮୯ ହଜାର ୪୫୩ରେ ପହଞ୍ଚିଛି। ସେହିଭଳି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ୯୭ ହଜାର ୧୬୮ଜଣ । ଦେଶରେ ମୋଟ ସୁସ୍ଥ ୧କୋଟି ୨୨ଲକ୍ଷ ୫୩ ହଜାର ୬୯୭ ରହିଛି । ଦେଶରେ ମୋଟ ସକ୍ରିୟ ସଂଖା ୧୨ ଲକ୍ଷ ୬୪ ହଜାର ୬୯୮ ଥିବା ବେଳେ ମୃତ୍ୟୁ ସଂଖ୍ୟା ରହିଛି ୧ ଲକ୍ଷ ୭୧ ହଜାର ୫୮ ପହଞ୍ଚିଛି।

Share

Leave a Reply

Your email address will not be published. Required fields are marked *

four × five =