ଆଗକୁ ୫୦ ଡିଗ୍ରୀ ଛୁଇଁବ ତାପମାତ୍ରା

ଭୀଷଣ ଗରମରେ ଆଉଟୁପାଉଟୁ ହେଉଛନ୍ତି ଲୋକେ । ୟୁପି, ଦିଲ୍ଲୀ, ବିହାର ହରିୟାଣା, ରାଜସ୍ଥାନ ସମେତ ବିଭିନ୍ନ ରାଜ୍ୟରେ ତାପମାତ୍ରା ଲଗାତାର ବୃଦ୍ଧି ପାଇବାରେ ଲାଗିଛି । ଏହି ସମୟରେ ପାଣିପାଗ ବିଭାଗର ଭବିଷ୍ୟବାଣୀ ସମସ୍ତଙ୍କ ଚିନ୍ତା ବଢାଇଛି । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମେଁ ମାସରେ ତାପମାତ୍ରା ୫୦ ଡିଗ୍ରୀ ଛୁଇଁବ । ମେଁ ମାସର ପ୍ରଥମ ସପ୍ତାହରେ ପ୍ରବଳ ଖରା ଅନୁଭୂତ ହେବ । ପଶ୍ଚିମ ରାଜସ୍ଥାନର କିଛି ସ୍ଥାନରେ ତାପମାତ୍ରା ୫୦ ଡିଗ୍ରୀ ପାର୍ କରିପାରେ ।
ତେବେ ଟାଣ ଖରାରୁ କିଛିଦିନ ଆଶ୍ୱସ୍ତି ମିଳିବ ବୋଲି କହିଛି ପାଣିପାଗ ବିଭାଗ । ମେଁ ମାସର ପ୍ରଥମ ସପ୍ତାହରେ ବର୍ଷା ହେବାର ସମ୍ଭାବନା ରହିଛି । ପରେ ଖରାର କୋପ ବଢିପାରେ ।

Share

Leave a Reply

Your email address will not be published. Required fields are marked *

3 × three =