ଆଜି ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିବେ ଗଞ୍ଜାମର ୨୩୦ ସ୍କୁଲ

ଗଞ୍ଜାମ ଜିଲ୍ଲାରେ ଦ୍ୱିତୀୟ ପର୍ଯ୍ୟାୟରେ ଉଦଘାଟନ ହେବ ୨୩୦ଟି ରୂପାନ୍ତରୀକରଣ ଉଚ୍ଚ ବିଦ୍ୟାଳୟ । ଶୁକ୍ରବାର ମୁଖ୍ୟମନ୍ତ୍ରୀ ସମସ୍ତ ବିଦ୍ୟାଳୟକୁ ଆଭାସୀ ମାଧ୍ୟମରେ ଉଦଘାଟନ କରିବା କାର୍ଯ୍ୟକ୍ରମ ରହିଛି । ଏଥିରେ ବ୍ରହ୍ମପୁରର ୭ଟି ବିଦ୍ୟାଳୟ ରହିଛି । ଆସିକା ରୋଡ଼ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ଉଦଘାଟନୀ କାର୍ଯ୍ୟକ୍ରମ ହେବ । ସରକାରୀ ପୌର ବାଳିକା ଉଚ୍ଚ ବିଦ୍ୟାଳୟ, ମିଲିଟାରୀ ଲାଇନ୍‌ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ସରକାରୀ କୁଇନ୍‌ ଅଫ୍‌ ମିଶନ୍‌ ଉଚ୍ଚ ବିଦ୍ୟାଳୟ, ଆଙ୍କୋଲିସ୍ଥିତ ମଦର ସରୋଜିନୀ ଉଚ୍ଚ ବିଦ୍ୟାଳୟ ଓ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟ ଏବଂ ଲାଞ୍ଜିପଲ୍ଲୀସ୍ଥିତ ମ୍ୟୁନିସିପାଲ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀ ଏଲ୍‌ଇଡି ମାଧ୍ୟମରେ ଉଦଘାଟନୀ କାର୍ଯ୍ୟକ୍ରମକୁ ଦେଖିବା ପାଇଁ ବନ୍ଦୋବସ୍ତ କରାଯାଇଛି । ଏନେଇ ଉଦଘାଟନ ହେବାକୁ ଥିବା ବିଦ୍ୟାଳୟ ଗୁଡ଼ିକରେ ପ୍ରସ୍ତୁତି ସରିଛି । ଗୁରୁବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଡିଆର୍‌ଡିଏ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ସିନେ୍ଧ ଦତ୍ତାତ୍ରେୟ ଭାଉସାହେବ, ବିଏମ୍‌ସି କମିଶନର ଡା. ସିଦେ୍ଧଶ୍ୱର ବଳିରାମ ବୋନ୍ଦର, ଜିଲ୍ଲା ଶିକ୍ଷାଧିକାରିଣୀ ବିନିତା ସେନାପତି ପ୍ରମୁଖ ବିନାୟକ ଆଚାର୍ଯ୍ୟ ସ୍ମୃତି ପୌର ଉଚ୍ଚ ବିଦ୍ୟାଳୟର ପ୍ରସ୍ତୁତି କାର୍ଯ୍ୟ ତଦାରଖ କରିଛନ୍ତି । ଏଥିସହ ବିଏମ୍‌ସି ଠାରେ କମିଶନର ଡ. ବୋନ୍ଦରଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଛି ।

ପ୍ରଥମ ପର୍ଯ୍ୟାୟରେ ଜିଲ୍ଲାରେ ୧୩୩ଟି ବିଦ୍ୟାଳୟର ଉଦଘାଟନ ହୋଇଥିଲା । ବିଏମ୍‌ସି ଅର୍ନ୍ତଭୁକ୍ତ ୪ଟି ବିଦ୍ୟାଳୟର ରୂପାନ୍ତରଣ ହୋଇ ଉଦଘାଟନ ହୋଇଥିଲା । ଗତ ୨୦୨୧ ଅଗଷ୍ଟରେ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଲକ୍‌ର ୫୦ଟି ବିଦ୍ୟାଳୟର ରୂପାନ୍ତରଣ ହୋଇସାରିଛି । ଏହାପରେ ୨୦୨୧ ନଭେମ୍ବର ୧୬ରେ ଜିଲ୍ଲାରେ ୮୩ଟି ବିଦ୍ୟାଳୟ ରୂପାନ୍ତରୀକରଣ ହୋଇ ଉଦଘାଟନ ହୋଇଥିଲା । ସେଥିମଧ୍ୟରେ ବ୍ରହ୍ମପୁର ମହାନଗର ନିଗମର ଗିରି ରୋଡ ବାଳିକା ଉଚ୍ଚ ବିଦ୍ୟାଳୟ, ଏମ୍‌କେସିଜି କ୍ୟାମ୍ପସ୍‌ ଉଚ୍ଚ ବିଦ୍ୟାଳୟ, ସିଟି ହାଇସ୍କୁଲ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ଉଦଘାଟନ ହୋଇଥିଲା । ସ୍କୁଲ ରୂପାନ୍ତରୀକରଣରେ ଛାତ୍ରଛାତ୍ରୀଙ୍କ ପାଇଁ ସ୍ମାଟ୍‌ର୍ କ୍ଲାସ୍‌ ରୁମ୍‌, ଉନ୍ନତ ଶୌଚାଳୟ, ଆଧୁନିକ ବିଜ୍ଞାନଗାର, କମ୍ପ୍ୟୁଟର ଲାବ୍‌, ଇଣ୍ଟରନେଟ୍‌ ସଂଯୋଗ ହୋଇଥିବା ପଢ଼ାଗୃହ, ଖେଳ ପଡ଼ିଆ ସୁବିଧା ରହିଛି । ତୃତୀୟ ପର୍ଯ୍ୟାୟରେ ଜିଲ୍ଲାର ୨୬୮ଟି ବିଦ୍ୟାଳୟର ୫ଟି ରୂପାନ୍ତରଣ ହେବ ବୋଲି ଜିଲ୍ଲା ଶିକ୍ଷାଧିକାରିଣୀ ବିନିତା ସେନାପତି କହିଛନ୍ତି ।

Share

Leave a Reply

Your email address will not be published. Required fields are marked *

one × four =