ଝିଅଙ୍କ ପାଇଁ ନବମ ଫେଲ୍

ଚର୍ଚ୍ଚାରେ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା । ଆଗାମୀ ଫିଲ୍ମ ‘ଜବରିୟା ଯୋଡ଼ି’ ପ୍ରମୋସନ୍ ପାଇଁ ‘ଦ କପିଲ ଶର୍ମା ଶୋ’କୁ ଆସିଥିଲେ। ତାଙ୍କ ସହିତ ଫିଲ୍ମର ହିରୋଇନ୍ ପରିଣୀତି ଚୋପ୍ରା ବି ଆସିଥିଲେ। ଏହି ଶୋ’ରେ ସିଦ୍ଧାର୍ଥଙ୍କ ଏକ ଗୁମର ଖୋଲିଥିଲେ କପିଲ୍ ଶର୍ମା। ସେ କହିଥିଲେ ଯେ, ଝିଅମାନଙ୍କ ଯୋଗୁ ସିଦ୍ଧାର୍ଥ ନବମ ଶ୍ରେଣୀରେ ଫେଲ୍ ହୋଇଯାଇଥିଲେ। ସିଦ୍ଧାର୍ଥ ବି ଏ କଥାକୁ ଏଡ଼ାଇ ନ ଯାଇ ନଥିଲେ ଓ ହଁ ଭରିଥିଲେ।

ସିଦ୍ଧାର୍ଥ କହିଥିଲେ,“ମୁଁ ପ୍ରଥମେ ଯେଉଁ ସ୍କୁଲ୍ରେ ପଢୁଥିଲି, ସେଠାରେ କେବଳ ପୁଅମାନେ ପଢ଼ୁଥିଲେ। ତେବେ ହାଇସ୍କୁଲ୍ ବେଳେ ମୁଁ ଅନ୍ୟ ଏକ ସ୍କୁଲ୍ରେ ନାଁ ଲେଖାଇଥିଲି। ସେଠାରେ ଉଭୟ ପୁଅ ଓ ଝିଅ ପଢ଼ୁଥିଲେ। ପ୍ରଥମେ ପ୍ରଥମେ ଝିଅମାନଙ୍କୁ ଦେଖି ମୁଁ ଟିକେ ଲକ୍ଷ୍ୟଚ୍ୟୁତ ହୋଇଯାଇଥିଲି। ମୋ ମନ ପଢ଼ାପଢ଼ିରେ ଲାଗି ନଥିଲା। କିନ୍ତୁ ପରେ ସବୁ ଠିକ୍ ହୋଇଯାଇଥିଲା। ଦଶମ ଓ ଏକାଦଶ ଶ୍ରେଣୀରେ ମୁଁ ଭଲ ନମ୍ବର ରଖି ପାସ୍ କରିଥିଲି।”

Share

Leave a Reply

Your email address will not be published. Required fields are marked *

one × 5 =