Friday, October 30, 2026
Latestରାଜ୍ୟ

ଲୋକାର୍ପିତ ହେଲା ଗୋପାଳପୁର ବନ୍ଦର

କାଳିଆକୁ କେହି ବନ୍ଦ କରିପାରିବେ ନାହିଁ, ଏହା ଚାଷୀଙ୍କ ହକ

ଭୁବନେଶ୍ବର () ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଂଜାମ ଜିଲ୍ଲା ଗସ୍ତ କରି ଗୋପାଳପୁର ଦୁଇଟି ବର୍ଥକୁ ଲୋକାର୍ପିତ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଏହାଦ୍ବାରା ବନ୍ଦର ଭିତ୍ତିଭୂମୀ କ୍ଷେତ୍ରରେ ନୂଆ ଅଧ୍ୟାୟ ସୃଷ୍ଟି ହୋଇଛି । ପାରାଦ୍ବିପରେ ବିଜୁ ବାବୁଙ୍କ ଦ୍ବାରା ବନ୍ଦର ଆରମ୍ଭ ହେବା ପରେ ଏବେ ଧାମରା, ସୁବର୍ଣ୍ଣରେଖା ଓ ଗୋପାଳପୁର ବନ୍ଦର ପ୍ରତିଷ୍ଠା ହୋଇଛି । ଏସବୁ ବନ୍ଦରଗୁଡିକ ଭିତ୍ତିଭୂମିର ଏକ ମୋତିମାଳା ଭଳି ସାମୁଦ୍ରିକ ବାଣିଜ୍ୟ କ୍ଷେତ୍ରରେ ଓଡିଶାର ବିକାଶକୁ ଏକ ନୂଆ ପରିଚୟ ଦେବ ।

ବର୍ତ୍ତମାନ ଗୋପାଳପୁର ବନ୍ଦରର ତିନୋଟି ବର୍ଥ କାର୍ଯ୍ୟକ୍ଷମ ହୋଇଛି । ଏଥିରେ ବର୍ଷକୁ 20 ନିୟୁତ ଟନ ପଣ୍ୟ କାରବାର ହୋଇପାରିବ । ଏହି ପୋର୍ଟ ଗଂଜାମ ଜିଲ୍ଲାର ଅର୍ଥନୈତିକ ଅଭିବୃଦ୍ଧିରେ ସହାୟକ ହେବା ସହ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ 8ହଜାର ଯୁବକ ଯୁବତୀ ନିଯୁକ୍ତି ସୁଯୋଗ ପାଇବେ । ପୂର୍ବ ଭାରତରେ ଏହି ପୋର୍ଟ ପଣ୍ୟ କାରବାରରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିବ । ବୋଲି ଏହି ଅବସରରେ ଆୟୋଜିତ ଏ ସଧାରଣ ସଭାକୁ ସମ୍ବୋଧିତ କରି ମୁଖ୍ୟମନ୍ତ୍ରୀ କହିଛନ୍ତି । ଏହି ବନ୍ଦର ପୂରା ଦକ୍ଷିଣ ଓଡିଶାର ଅର୍ଥନୈତିକ ଅଭିବୃଦ୍ଧିରେ ମଧ୍ୟ ଏକ ବଳିଷ୍ଠ ଭୂମିା ନେବ ବୋଲି ସେ କହିଛନ୍ତି ।

ଗୋପାଳପୁର ପୋର୍ଟ ନିଜର ପଣ୍ୟ କାରବାର କ୍ଷମତା 20 ନିୟୁତ ଟନକୁ ବୃଦ୍ଧି କରିଥିବା ବେଳେ ଏବେ ଏହା ସବୁ ଦିନିଆ ବନ୍ଦରରେ ପରିଣତ ହୋଇଛି । ଏହି ସଂପ୍ରସାରଣରେ 2ହଜାର କୋଟି ଟଙ୍କାର ପୂଂଜି ନିବେଶ ହୋଇଥିବା ବେଳେ 2025 ସୁଦ୍ଧା ବନ୍ଦରର କ୍ଷମତା 55 ନିୟୁତ ଟନକୁ ବୃଦ୍ଧି କରିବାକୁ ଲକ୍ଷ ରଖାଯାଇଛି । ଏହାଦ୍ବାରା ଏବେ ସାପୁରଜୀ ପାଲୋନଜୀ ପୋର୍ଟ ଭାରତୀୟ କୋଷ୍ଟର ଉଭୟ ପଟେ କାର୍ଯ୍ୟ କରିବ ବୋଲି ଏହାର ପରିଚାଳନା ନିର୍ଦ୍ଦେଶକ ଅମିତ ସାବୋ କହିଥିଲେ ।

2017ରେ ସାପୁରଜୀ ପୋଲୋନଜୀ ଗ୍ରୁପ ଏହି ବନ୍ଦରର ବୃହତ ଅଂଶିଦାର ଭାବେ 2000 କୋଟି ଟଙ୍କାର ପୁଂଜିନିବେଶ କରି ସଂପ୍ରସାରଣ କାର୍ଯ୍ୟ ଆରମ୍ଭ କରିଥିଲା । ପାରାଦ୍ବୀପ ଓ ଭାଇଜାଗ ବନ୍ଦର ମଧ୍ୟରେ ଗୋପାଳପୁର ରହିଥିବାରୁ ପୂର୍ବ ଉପକୂଳରେ ସମୁଦ୍ରପଥରେ ବଣ୍ୟ କାରବାରରେ ଏକ ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ବହନ କରିବ ବୋଲି ବନ୍ଦରର ସିଇଓ କ୍ୟାପଟେନ ସନ୍ଦିପ ଅଗ୍ରୱାଲ କହିଛନ୍ତି ।

ଏହାପରେ ମୁଖ୍ୟମନ୍ତ୍ରୀ ଶେରଗଡ ଗସ୍ତ କରି 172 କୋଟି ଟଙ୍କାର ହରଭଙ୍ଗୀ ଜଳସେଚନ ପ୍ରକଳ୍ପର ଉନ୍ନତିକରଣ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ । ଏହାପରେ ସାନଖେମୁଣ୍ଡୁ ଗସ୍ତ କରି ସାନଖେମୁଣ୍ଡି ଓ ଧରାକୋଟ ବ୍ଲକ ପାଇଁ 13ଟି ପାନୀୟ ଜଳ ପ୍ରକଳ୍ପର ଭିତ୍ତିପ୍ରସ୍ତର ରଖିଥିଲେ । ଧରାକୋଟରେ ଏକ ଡିଗ୍ରୀ କଲେଜ ପ୍ରତିଷ୍ଠା କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ପରେ ମୁଖ୍ୟମନ୍ତ୍ରୀ ଗଜପତି ଜିଲ୍ଲା ଗସ୍ତ କରି ସେଠାରେ 48.84 କୋଟି ଟଙ୍କାର 57ଟି ପ୍ରକଳ୍ପ ଉଦଘାଟନ କରିବା ସହ 582.40 କୋଟି ଟଙ୍କାର 783ଟି ପ୍ରକଳ୍ପ ପାଇଁ ଭିତ୍ତିପ୍ରସ୍ତର ରଖିଥିଲେ ।

ଏହିଅବସରରେ ରାଜ୍ୟ ସରକାରଙ୍କ ବିଭିନ୍ନ ବିକାଶମୂଳକ ଯୋଜନା ସଂପର୍କରେ ଆଲୋକପାତ କରିବା ସହ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, କାଳିଆ ଯୋଜନାରେ ଆଉ 10 ଲକ୍ଷ ଚାଷୀ ପରିବାର ସାମିଲ ହେବେ । କାଳିଆ ଯୋଜନା ବନ୍ଦ ହୋଇଯିବ ବା ଏହି ଯୋଜନା ଟଙ୍କା ଫେରାଇବାକୁ ହେବ ବୋଲି ଯେଉଁ ଅପପ୍ରଚାର ଚାଲିଛି ତାହା ସଂପୁର୍ଣ୍ଣ ମିଛି ବୋଲି କହିଥିଲେ । ଏଥିସହିତ କାଳିଆ ଯୋଜନାକୁ କେହି ବନ୍ଦ କରିପାରିବେ ନାହିଁ, ଏହା ଚାଷୀମାନଙ୍କ ହକ, ଚାଷୀମାନଙ୍କ ଟଙ୍କା ଓ ଏହାକୁ ସେମାନେ ଚାଷ କାମରେ ଲଗାଇବେ ବୋଲି ମୁଖ୍ୟମନ୍ତ୍ରୀ କହିଥଇଲେ ।

Share

Leave a Reply

Your email address will not be published. Required fields are marked *

3 × four =