ଗଲ୍ଫ ସହାୟତା ପାଇଁ ଟାଟା ଷ୍ଟିଲର ବୁଝାମଣା

ମୁମ୍ବାଇ (): ଦେଶରେ ଗଲ୍ଫ କ୍ରୀଡ଼ାକୁ ଟାଟା ଷ୍ଟିଲ ପ୍ରୋତ୍ସାହନ ଯୋଗାଇବ ବୋଲି କହିଛନ୍ତି ଟାଟା ଷ୍ଟିଲର ସୁରକ୍ଷା, ସ୍ବାସ୍ଥ୍ୟ ଓ ନିରନ୍ତରତା ଉପସଭାପତି ସଞ୍ଜିବ ପଲ । ଏହି ସହାୟତା ପାଇଁ ଟାଟା ଷ୍ଟିଲ ପ୍ରଫେସନାଲ ଗଲ୍ଫ ଟୁର ଅଫ ଇଣ୍ଡିଆ ( ପିଜିଟିଆଇ) ସହ ଏକ ୩ ବର୍ଷିଆ ବୁଝାମଣା କରିଛି । ଦୀର୍ଘ ୧୫ ବର୍ଷ ଧରି ଜାମସେଦପୁରର ଗୋଲମୁରି ଗଲଫ କୋର୍ସରେ ଟାଟା ଷ୍ଟିଲ ଭାରତୀୟ ପେଶାଦର ଗଲ୍ଫ ଖେଳାଳୀଙ୍କୁ ପ୍ରୋତ୍ସାହନ ଯୋଗାଇ ଆସୁଛି । ଏହି ବ୍ୟବସ୍ଥାକୁ ସଂପ୍ରସାରିତ କରି ପେଶାଦାରଙ୍କୁ ପ୍ରୋତ୍ସାହନ ଯୋଗାଇବା ପାଇଁ ଆମେ ଏକ ପ୍ରମୁଖ ସହଯୋଗୀ ଚୟନ କରିଛୁ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି ଶ୍ରୀ ପଲ ।

ଫୁଟବଲ, ବକ୍ସିଂ, ତୀରନ୍ଦାଜ, ଚେସ୍, ହକି, ଖେଳକୁଦ୍ ଆଦିକୁ ପ୍ରୋତ୍ସାହିତ କରିବାର ଟାଟା ଷ୍ଟିଲର ଏକ ଇତିହାସ ରହିଛି । କ୍ରୀଡ଼ା ମେଧାକୁ   କଂପାନୀ ପ୍ରୋତ୍ସାହନ ପ୍ରଦାନ କରିଥାଏ । ତେଣୁ ପେଶାଦାର ଢ଼ଙ୍ଗରେ ପରିଚାଳିତ ପିଜିଟିଆଇ ସହ ସହଭାଗିତା କରିବା ଦ୍ବାରା ଉଭୟଙ୍କ ଲକ୍ଷ୍ୟ ସଫଳ ହେବା ସହ  ଭାରତୀୟ ଖେଳାଳୀଙ୍କ ଉଚ୍ଚମାନର ପ୍ରତିଦ୍ବନ୍ଦ୍ବିତା କରାଯାଇପାରିବ ବୋଲି ସେ କହିଛନ୍ତି । ଏହି ଅବସରରେ ଦେଶରେ ଏକ ପୁରାତନ କ୍ରୀଡ଼ା ପ୍ରୋତ୍ସାହନକାରୀ ଅନୁଷ୍ଠାନ ଟାଟା ଷ୍ଟିଲକୁ ପିଜିଟିଆଇ ସିଇଓ ଉତ୍ତମ ସିଂହ ମୁଣ୍ଡି ସ୍ବାଗତ ଜଣାଇବା ସହ ଏହି ସହଭାଗିତା ଦ୍ବାରା ଉଭୟ ମୁଖ୍ୟ ଓ ଫିଡ଼ର ଟୁର ଲାଭବାନ ହେବ ବୋଲି କହିଛନ୍ତି ।

୨୦୧୯ରେ ସଂସ୍ଥା ସମଗ୍ର ଦେଶରେ ୧୮ରୁ ୨୦ଟି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବ । ପିଜିଟିଆଇର ୧୨ ବର୍ଷର କାର୍ଯ୍ୟକାଳ ମଧ୍ୟରେ ୩୨୫ରୁ ଅଧିକ ଖେଳାଳୀ ପୁରସ୍କାର ରାଶି ପାଇଛନ୍ତି । ଏଥିମଧ୍ୟରୁ ୩୮ ଜଣ ଖେଳାଳୀ  ୧ କୋଟିରୁ ଅଧିକ ଆୟ କରିଛନ୍ତି । ଉଲ୍ଲେଖନୀୟ ଯେ ବେଲଜିୟମରେ ଅନୁଷ୍ଠିତ ୧୯୨୦ ଅଲମ୍ପିକ କ୍ରୀଡ଼ା ପାଇଁ ସାର୍ ଦୋରାବ୍ଜୀ ଟାଟା କୁସ୍ତି ପାଇଁ ୨ ଜଣଙ୍କୁ ଓ ଦୌଡ଼କୁଦ ପାଇଁ ୪ ଜଣଙ୍କୁ ସହାୟତା ପ୍ରଦାନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

18 − nine =