ସହିଦ କରୁଣାକର ସିଂହ ନାଏକଙ୍କ ସ୍ମୃତି ରକ୍ଷା ପାଇଁ 50 ଲକ୍ଷ

ଝାରସୁଗୁଡା () ସହିଦ କରୁଣାକର ସିଂହ ନାଏକଙ୍କ ସ୍ମୃତି ରକ୍ଷା ପାଇଁ ନିଷ୍ପତ୍ତି ହୋଇଛି । ଏଥିପାଇଁ ରାଜ୍ୟ ସରକାର 50 ଲକ୍ଷ ଟଙ୍କା ଖର୍ଚ୍ଚ କରିବେ । ଏଥିସହିତ କୋଲାବିରା ଗଡର ସୁରକ୍ଷା କରାଯିବ ଏବଂ ଏବଂ ସହିଦ କରୁଣାକର ସିଂହ ନାଏୟକଙ୍କ ସ୍ମୃତି ଦିବସ ରାଜ୍ୟ ସ୍ତରରେ ମଧ୍ୟ ପାଳନ କରାଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଝାରସୁଗୁଡା ଜିଲ୍ଲା କୋଲାବିରା ଗଣ୍ଡୱାନା ଗଣ୍ଡ ସମାଜ ଦ୍ବାରା ଆୟୋଜିତ ଗଣ୍ଡ ମହାସମାବେଶରେ ଯୋଗଦେଇ ଏହି ଘୋଷଣା କରିଛନ୍ତି । ସହିଦ କରୁଣାକର ସିଂହ ନାଏକଙ୍କ ଆତ୍ସୋତ୍ସର୍ଗ ଦିବସ ପାଳନ ଅବସରରେ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନାଏକଙ୍କ ସ୍ମୃତିଚାରଣ କରି କହିଥିଲେ, ସହିଦମାନଙ୍କ ବଳିଦାନ ଆମ ସ୍ବାଧୀନତା ସଂଗ୍ରାମ ଇତିହାସର ଏକ ଗୌରବମୟ ଅଧ୍ୟାୟ ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଜନଜାତି ଲୋକମାନଙ୍କ ଉନ୍ନତି ପାଇଁ ଶିକ୍ଷା ହେଉଛି ସର୍ବୋତ୍କୃଷ୍ଠ ମାର୍ଗ । ଏଥିପାଇଁ ଜନଜାତି ପିଲାମାନଙ୍କ ଶିକ୍ଷା ଉପରେ ସରକାର ଗୁରୁତ୍ବ ଦେଉଛନ୍ତି । ରାଜ୍ୟର ବିଭିନ୍ନ ସ୍ଥାନରେ ହଷ୍ଟେଲମାନଙ୍କରେ 6ଲକ୍ଷରୁ ଅଧିକ ଜନଜାତି ପିଲା ପଢୁଛନ୍ତି । ଏହି ଛାତ୍ରଛାତ୍ରୀମାନେ ହିଁ ଜନଜାତି ଅଂଚଳର ବିକାଶର ସାରଥୀ ହେବେ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କୋଲାବିରାଠାରେ 11.81 କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପ ଉଦଘାଟନ କରିବା ସହ 450 କୋଟି ଟଙ୍କାର ମୌଳିକ ଭିତ୍ତିଭୂମୀ ଉନ୍ନୟନ ପାଇଁ ଅନେକ ପ୍ରକଳର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ ।

Share

Leave a Reply

Your email address will not be published. Required fields are marked *

16 − 11 =