ସିବିଏସଇର ଦଶମ ଓ ଦ୍ୱାଦଶ ପରୀକ୍ଷା ବାତିଲ

ଭୁବନେଶ୍ୱର()  ଦେଶ ହେଉ କିମ୍ବା ରାଜ୍ୟ ସବୁଠାରେ କରୋନା କାୟା ବିସ୍ତାର କରିବାରେ ଲାଗିଛି । ଏନେଇ କଲେଜ ଓ ସ୍କୁଲ ବନ୍ଦ ରଖାଯିବା ସହ ପ୍ରାୟ ସବୁ ପରୀକ୍ଷାକୁ ମଧ୍ୟ ବାତିଲ କରାଯାଇଛି । ଏହାରି ମଧ୍ୟରେ ଆଜି ସିବିଏସଇର ବାକିଥିବା ଦଶମ ଓ ଦ୍ୱାଦଶ ପରୀକ୍ଷା ମଧ୍ୟ ବାତିଲ ହୋଇଛି । ଜୁଲାଇ ୧ରୁ ୧୫ ଯାଏଁ ହେବାକୁ ଥିବା ପରୀକ୍ଷା ବାତିଲ କରାଯାଇଛି । ଦ୍ୱାଦଶ ଶ୍ରେଣୀର ପୂର୍ବ ୩ଟି ପରୀକ୍ଷା ଅନୁସାରେ ମୂଲ୍ୟାଙ୍କନ ହେବ । ପରିସ୍ଥିତି ଅନୁକୂଳ ହେଲେ ପରୀକ୍ଷା ହୋଇପାରେ ବୋଲି ଜଣାପଡ଼ିଛି । ଏହି ସମ୍ପର୍କରେ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଏସଜି ତୁଷାର ମେହତା ।

Share

Leave a Reply

Your email address will not be published. Required fields are marked *

20 + sixteen =