‘ବେକରେ ରଶି ଲାଗି ବିଚାରପତିଙ୍କ ମୃତ୍ୟୁ’

ସ୍ୱତନ୍ତ୍ର ପକ୍ସୋ କୋର୍ଟ ବିଚାରପତି ସୁବାସ କୁମାର ବିହାରୀଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଛି । ମର୍କତ ନଗର ପୋଲିସର ହସ୍ତଗତ ହୋଇଥିବା ରିପୋର୍ଟରେ ଉଲ୍ଲେଖ ରହିଛି ଯେ, ବେକରେ ରଶି ଲାଗି ବିଚାରପତିଙ୍କର ମୃତ୍ୟୁ ହୋଇଛି । ରଶି ଯୋଗୁ ତାଙ୍କ ବେକର ବିଭିନ୍ନ ସ୍ଥାନରେ ଦାଗ ଥିବା ରିପୋର୍ଟରେ ଉଲ୍ଲେଖ ଦର୍ଶାଯାଇଛି।ଗତ ୨ ତାରିଖରେ ସୁବାସଙ୍କ ଝୁଲନ୍ତା ମୃତଦେହ ସିଡିଏ ସେକ୍ଟର-୯ ସ୍ଥିତ ସରକାରୀ ବାସଭବନରୁ ଉଦ୍ଧାର କରାଯାଇଥିଲା। ଘରେ କେହି ନଥିବା ବେଳେ ସୁବାସ ଫ୍ୟାନରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ।

ତେବେ, ସୁବାସ ଆତ୍ମହତ୍ୟା କରି ନାହାନ୍ତି ତାଙ୍କୁ ହତ୍ୟା କରାଯାଇଛି ବୋଲି ତାଙ୍କ ମା, ଭାଇ ଓ ଭିଣୋଇ ଅଭିଯୋଗ କରିଥିଲେ। ସୁବାସଙ୍କୁ ତାଙ୍କ ସ୍ତ୍ରୀ ଓ ଶଳା ହତ୍ୟା କରି ଆତ୍ମହତ୍ୟାର ରୂପ ଦେଇଥିବା ସେମାନେ ଅଭିଯୋଗ କରିଥିଲେ। ଏନେଇ ମର୍କତ ନଗର ଥାନାରେ ସୁବାସଙ୍କ ପରିବାର ଲୋକେ ଏତଲା ଦେଇଥିଲେ।

Share

Leave a Reply

Your email address will not be published. Required fields are marked *

4 × one =