ବିପଦରେ ମହାବଳ: ୧୨ ଦିନରେ ଦେଶରେ ମଲେଣି ୭ ବାଘ

୨୦୨୨ରେ ଦେଶରେ ୧୧୭ ମହାବଳ ବାଘଙ୍କ ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଓଡ଼ିଶାର ଦୁଇଟି ରହିଛନ୍ତି। ମେ’ ୧୯ରେ ବାରିପଦା ସର୍କଲର କେନ୍ଦୁଝର ବନ୍ୟପ୍ରାଣୀ ଡିଭିଜନ୍‌ର ବ୍ରାହ୍ମଣୀପାଳ ରେଞ୍ଜର ଏକ ଗ୍ରାମରେ ଗୋଟିଏ ବାଘର ମୃତ୍ୟୁ ହୋଇଥିଲା। ଉକ୍ତ ମହାବଳ ବୟସ୍କ ହୋଇଥିବା ବେଳେ ଲିଙ୍ଗ ସମ୍ପର୍କରେ କିଛି ବି ଜଣାପଡ଼ି ନ ଥିଲା। ମାସକ ତଳେ ତଥା ଡିସେମ୍ବର ୧୪ରେ ବାରିପଦା ଟେରିଟୋରିଆଲ୍‌ ଡିଭିଜନର ଉଦଳା ରେଞ୍ଜର ରାଜ୍ୟ ରାଜପଥ-୧୯ ନିକଟ ରାସ୍ତାପାର୍ଶ୍ବରେ ଗୋଟିଏ ମହାବଳର ମୃତ୍ୟୁ ହୋଇଛି। ଉକ୍ତ ମହାବଳର ପ୍ରଜାତି ଓ ବୟସ ସମ୍ପର୍କରେ କୌଣସି ତଥ୍ୟ ମଳିପାରି ନାହିଁ। ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ)ଙ୍କ ଦ୍ବାରା ପ୍ରକାଶିତ ରିପୋର୍ଟରେ ଏଭଳି ତଥ୍ୟ ସାମ୍ନାକୁ ଆସିଛି।

କେନ୍ଦ୍ର ସରକାରଙ୍କ ଅଧୀନ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ(ଏନ୍‌ଟିସିଏ) ତଥ୍ୟ ଅନୁଯାୟୀ ୨୦୨୨ରେ ମରିଥିବା ୧୧୭ ବାଘଙ୍କ ମଧ୍ୟରୁ ମଧ୍ୟପ୍ରଦେଶରେ ସର୍ବାଧିକ ୩୪ଟି ବାଘ ରହିଛନ୍ତି, ଯାହାକି ଗତବର୍ଷ ତୁଳନାରେ କମ୍‌। ୨୦୨୧ ତୁଳନାରେ ୨୦୨୨ରେ ମହାରାଷ୍ଟ୍ରରେ ମହାବଳଙ୍କ ମୃତ୍ୟୁ ସଂଖ୍ୟା ୨୬ରୁ ୨୮କୁ ବୃଦ୍ଧି ପାଇଛି। କର୍ଣ୍ଣାଟକରେ ୧୫ଟି ମହାବଳଙ୍କ ମୃତ୍ୟୁ ହୋଇଥିବା ବେଳେ କେରଳରେ ୭, ଉତ୍ତରାଖଣ୍ଡରେ ୬, ଆସାମ ଓ ରାଜସ୍ଥାନରେ ୫ଟି ଲେଖାଏ ବାଘଙ୍କ ମୃତ୍ୟୁ ଘଟିଛି। ଏହାବ୍ୟତୀତ ଛତିଶଗଡ଼, ବିହାର, ତାମିଲନାଡ଼ୁ, ଉତ୍ତର ପ୍ରଦେଶ, ରାଜସ୍ଥାନରେ ବାଘଙ୍କର ମୃତ୍ୟୁ ହୋଇଛି। ଗତବର୍ଷ ପରି ଏଥର ମଧ୍ୟ ଅଧାରୁ ଅଧିକ ବାଘ ଅଭୟାରଣ୍ୟ ଭିତରେ ହିଁ ପ୍ରାଣ ହରାଇଛନ୍ତି।<br>

Share

Leave a Reply

Your email address will not be published. Required fields are marked *

1 × 4 =