ପୁରୀ ଶ୍ରୀମନ୍ଦିରରେ ଭିଡ଼

ପୁରୀରେ ବିଶ୍ବ ପ୍ରସିଦ୍ଧା ଶ୍ରୀମନ୍ଦିର ରହିଛି। ବଳଭଦ୍ର, ସୁଭଦ୍ରା, ଜଗନ୍ନାଥଙ୍କୁ ଦର୍ଶନ ପାଇଁ ସାରା ବିଶ୍ବରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟୁଛି। ଏଭଳି ଅବସ୍ଥାରେ ଦର୍ଶନ ବ୍ୟବସ୍ଥାକୁ ନେଇ ସବୁବେଳେ ପ୍ରଶ୍ନ ଉଠୁଛି। ଦର୍ଶନ ବେଳେ ଅନେକ ସମୟରେ ଅଘଟଣା ହେବା ନଜୀର ରହିଛି। ବି‌ଶେଷ କରି ଭିତର କାଠ ନିକଟରେ ଶ୍ରଦ୍ଧାଳୁମାନେ ଶ୍ବାସରୁଦ୍ଧ ଭଳି ପରିସ୍ଥିତିର ସମ୍ମୁଖୀନ ହେଉଛନ୍ତି। ଅନେକ ସମୟରେ ଦଳଚକଟା ଭଳି ପରିସ୍ଥିତି ଦେଖାଯାଉଛି। ମହାପ୍ରଭୁଙ୍କ ସ୍ବତନ୍ତ୍ର ବେଶ ସମୟରେ ଏଭଳି ଅଘଟଣ ଘଟୁଛି। ଶ୍ରୀମନ୍ଦିର ବାହାରେ ମଧ୍ୟ ଅନେକ ସମୟ ଶ୍ରଦ୍ଧାଳୁଙ୍କୁ ଅପେକ୍ଷା କରିବାକୁ ପଡୁଛି। ପରିଚାଳନାଗତ ତ୍ରୁଟି ହିଁ ଏହାର ପ୍ରମୁଖ କାରଣ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଉଛି। ତେଣୁ ଦର୍ଶନ ବ୍ୟବସ୍ଥାକୁ ସ୍ବତନ୍ତ୍ର କରିବା ପାଇଁ ବିଭିନ୍ନ ମହଲରେ ଦାବି ହେଉଛି।

ଦୈନିକ ଶ୍ରୀମନ୍ଦିରରେ ଭକ୍ତମାନଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମହାପ୍ରଭୁଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ ବଡ଼ଦାଣ୍ଡ ଓ କିର୍ତ୍ତନ ଚକଡ଼ାରେ ବ୍ୟାରିକେଡ଼୍‌ର ବ୍ୟବସ୍ଥା କରାଯାଇଥିଲା। ମାତ୍ର ଏହାକୁ ଶୃଙ୍ଖଳିତ ଭାବେ ପରିଚାଳନା କରାଯିବା ପାଇଁ ଦାବି ହୋଇଛି। ବିଶେଷ କରି କିର୍ତ୍ତନ ଚକଡ଼ାରେ ଥିବା ବ୍ୟାରିକେଡ୍‌ରେ ଦଶଟି ଧାଡ଼ି ରହିଥିବା ବେଳେ ଡ୍ୟୁଟିରେ ଥିବା ପୁଲିସମାନେ ସମସ୍ତ ଦଶଟିଯାକ ଧାଡ଼ିର ଭକ୍ତମାନଙ୍କୁ ଏକକାଳୀନ ଛାଡ଼ି ଦେଉଛନ୍ତି। ଯେଉଁଥିପାଇଁ ଗରୁଡ଼ସ୍ତମ୍ବ ପାଖ ଏବଂ ବାହାର କାଠ ମଧ୍ୟରେ ପ୍ରବଳ ଭିଡ଼ ହୋଇଯାଉଛି।

Share

Leave a Reply

Your email address will not be published. Required fields are marked *

six − two =