ପାରାଦ୍ୱୀପ ବନ୍ଦର ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ

ପାରାଦ୍ୱୀପ ବନ୍ଦର ଗଭୀର ସମୁଦ୍ରକୁ ଯାଇଥିବା ଦୁଇଟି ମାଛଧରା ବୋଟ ନିଖୋଜ ହୋଇଯାଇଛି। ୫ ଦିନ ହେବ ବୋଟ ଓ ବୋଟରେ ଥିବା ୧୬ ମତ୍ସ୍ୟଜୀବୀଙ୍କର କୌଣସି ପତ୍ତା ମିଳି ପାରିନି। ବହୁ ଖୋଜାଖୋଜି କରି ବିଫଳ ହେବାପରେ ମତ୍ସ୍ୟ ବିଭାଗର ଅତିରିକ୍ତ ଅଧିକାରୀ ଭାରତୀୟ ତଟରକ୍ଷୀ ବାହିନୀ ଓ ସାମୁଦ୍ରିକ ଥାନା ପୋଲିସକୁ ଚିଠି ଲେଖିବା ପରେ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି ।

ଚିଠି ମୁତାବକ, ପାରାଦୀପଠାରୁ ୮୮ ନଟିକାଲ୍‌ ମାଇଲ୍‌ ଦୂରକୁ ମାଛ ଧରିବା ପାଇଁ ଯାଇଥିବା ଦୁଇଟି ଟ୍ରଲର୍‌ ଆଇଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍‌ ୨୬ ଓ ଆଇ୍‌ଏନ୍‌ଡି ଓଆର୍‌–୦୪ ଏମ୍‌ଏମ୍ ୩୧୪ର ପତ୍ତା ମିଳୁନି। ଜଣେ ମାଲିକ କେ. କୋଣ୍ଡାଲାଙ୍କ ଅଭିଯୋଗ ମୁତାବକ ତାଙ୍କ ଟ୍ରଲର୍‌ରେ ଚାଳକଙ୍କୁ ମିଶାଇ ୮ ଜଣ ମତ୍ସ୍ୟଜୀବୀ ଥିଲେ । ଏହି ଦୁଇଟି ଟ୍ରଲର ନିର୍ଦ୍ଧାରିତ ସମୟରେ ମାଛ ଧରା ବନ୍ଦରରେ ପହଞ୍ଚି ନଥିଲେ। ଉଭୟ ମାଲିକ ଟ୍ରଲର୍‌ର ଚାଳକମାନଙ୍କୁ ଯୋଗାଯୋଗ କରିଥିଲେ। ମାତ୍ର ଯୋଗାଯୋଗ ସମ୍ଭବ ହୋଇ ନଥିଲା । ମାଛ ଧରିବା ପାଇଁ ଯାଇଥିବା ଅନ୍ୟ ଟ୍ରଲର୍‌ ମାଲିକମାନଙ୍କୁ ଘଟଣା ସମ୍ପର୍କରେ ପଚାରିଥିଲେ ବି କୌଣସି ପତ୍ତା ମିଳି ନଥିଲା। ଫଳରେ ଅନ୍ୟ ଉପାୟ ନପାଇ ସେମାନେ ମତ୍ସ୍ୟ ବିଭାଗକୁ ଅବଗତ କରାଇଥିଲେ ।

Share

Leave a Reply

Your email address will not be published. Required fields are marked *

1 − one =