ଓଲଟି ପଡ଼ିଲା ବସ୍

ନବରଙ୍ଗପୁର ଜିଲ୍ଲା ଇନ୍ଦ୍ରାବତୀ ବ୍ରିଜ୍ ନିକଟରେ ଏକ ବସ୍ ଆଜି ଭାରସାମ୍ୟ ହରାଇ ରାସ୍ତା ତଳକୁ ଓଲଟି ପଡ଼ିଛି। ଏଥିରେ ୭ ଜଣ ଯାତ୍ରୀ ଗୁରୁତର ହୋଇଥିବା ବେଳେ ୨୦ରୁ ଅଧିକ ଆହତ ହୋଇଛନ୍ତି। ସମସ୍ତ ଆହତ ଯାତ୍ରୀଙ୍କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୁଇ ଜଣ ଯାତ୍ରୀଙ୍କୁ କୋରାପୁଟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି।ପୁଲିସ୍ ଓ ଅଗ୍ନିଶମ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ଉଦ୍ଧାର କରିଥିଲେ। ପୁଲିସ୍ ଘଟଣାର ତଦନ୍ତ କରୁଛି।ବସ୍ଟି ନବରଙ୍ଗପୁରରୁ ଜୟପୁର ଅଭିମୁଖେ ଯାଉଥିଲା। ବସ୍ରେ ୪୫ରୁ ଅଧିକ ଯାତ୍ରୀ ଥିଲେ।କିଛି ଯାତ୍ରୀ କହିଛନ୍ତି ଯେ ଡ୍ରାଇଭର୍ ଭାରି ଅନ୍ୟମନସ୍କ ହୋଇ ଗାଡ଼ି ଚଳାଉଥିଲେ।

Share

Leave a Reply

Your email address will not be published. Required fields are marked *

3 × 2 =