ଫ୍ଲିପକାର୍ଟ ବନ୍ଦ କଲା ନିଜ ସେବା

ନୂଆଦିଲ୍ଲୀ () ଦେଶବ୍ୟାପୀ ୨୧ ଦିନିଆ ଲକଡାଉନ୍ ଘୋଷଣା କରାଯାଇଥିବାରୁ ପ୍ରମୁଖ ଇ-କମର୍ସ ସଂସ୍ଥାନ “ଫ୍ଲିପକାର୍ଟ’ ସାମୟିକ ଭାବେ ନିଜର ସେବା ସ୍ଥଗିତ ରଖିଥିବା କଥା ବୁଧବାର ଦିନ କହିଛି ।

ୱେବସାଇଟରେ ଏକ ବାର୍ତ୍ତାରେ ଫ୍ଲିପକାର୍ଟ କହିଛି: ହେଲୋ ଭାରତୀୟ ବନ୍ଧୁଗଣ, ଆମେ ସାମୟିକ ଭାବେ ସେବା ସ୍ଥଗିତ ରଖୁଛୁ । ଆପଣମାନଙ୍କର ଆବଶ୍ୟକତାକୁ ଆମେ ସର୍ବଦା ଗୁରୁତ୍ୱ ଦେଉଥିଲୁ । ଯଥା ଶୀଘ୍ର ସମ୍ଭବ ପୁଣି ଥରେ ଆପଣମାନଙ୍କୁ ସେମିତି ସେବା ଯୋଗାଇବୁ ବୋଲି ପ୍ରତିଶ୍ରୁତି ଦେଉଛୁ ।

ବିଭିନ୍ନ ରାଜ୍ୟରେ ଲୋକମାନଙ୍କ ଗମନାଗମନ ଏବଂ ମାଲ ପରିବହନ ଉପରେ କଟକଣା ଜାରି ହେବା ଯୋଗୁଁ ୱାଲମାର୍ଟ ମାଲିକାନାରେ ଥିବା ଫ୍ଲିପ୍କାର୍ଟ ବ୍ୟବସାୟ ଚଳାଇ ରଖିବାକୁ ଯଥାସାଧ୍ୟ ଉଦ୍ୟମ କରିଥିଲା । ଆମାଜନ୍, ସ୍ନାପଡିଲ୍, ବିଗବାସ୍କେଟ୍ ଏବଂ ଗ୍ରୋଫର୍ସ ଭଳି ଇ-କମର୍ସ ସଂସ୍ଥାନମାନେ ମଧ୍ୟ ପରିବହନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି ।

Share

Leave a Reply

Your email address will not be published. Required fields are marked *

five × 2 =