ବବିଙ୍କ ଜନ୍ମଦିନରେ ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା

୪୯ ବର୍ଷରେ ପାଦ ଥାପିଛନ୍ତି ପ୍ରଣବ ପ୍ରକାଶ ଦାସ, ଜାଣନ୍ତୁ ତାଙ୍କ ବିଷୟରେ କିଛି ଅଜଣା କଥା
ଭୁବନେଶ୍ୱର: ଆଜି ବିଜେଡି ସାଂଗଠନିକ ସମ୍ପାଦକ, ପୂର୍ବତନ ମନ୍ତ୍ରୀ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ଜନ୍ମଦିନ । ୧୯୭୨ ଜୁନ ୨୧ ତାରିଖରେ ବରିଷ୍ଠ ରାଜନେତା ଅଶୋକ ଦାସଙ୍କ କୋଳରେ ଜନ୍ମ ନେଇଥିଲେ ଏହି ଯୁବ ନେତା । ଆଜି ୪୯ ବର୍ଷରେ ପାଦ ଥାପିଛନ୍ତି ପ୍ରଣବ ପ୍ରକାଶ ଦାସ । ତେବେ ଚାଲନ୍ତୁ ଜାଣିବା ପ୍ରଣବଙ୍କ ବିଷୟରେ କିଛି ଜଣାଅଜଣା କଥା

ପ୍ରଣବ ପ୍ରକାଶ ଦାସ । ସମସ୍ତଙ୍କର ଅତି ପ୍ରିୟ ବବି ଭାଇ । ପାଂଚ ପାଂଚ ଥରର ବିଧାୟକ ସ୍ୱର୍ଗତ ଅଶୋକ ଦାସଙ୍କ ସୁପୁତ୍ର ହେଉଛନ୍ତି ପ୍ରଣବ । ପିଲାଟି ଦିନରୁ ବାପାଙ୍କ ରାଜନୈତିକ ଜୀବନକୁ ଅତି ପାଖରୁ ଦେଖିଥିବା ବବି ୨୦୦୮ରେ ଯୋଗଦିଅନ୍ତି ବିଜୁ ଜନତା ଦଳରେ । ନିଜର କର୍ତବ୍ୟନିଷ୍ଠା ଓ ଦାୟିତ୍ୱ ତୁଲାଇବାରେ ବେଶ ପରିଚିତ ବବିଙ୍କ ରାଜନୈତିକ ଜୀବନ ବି ବେଶ ରୋମାଂଚକର । ବାପାଙ୍କ ପରଲୋକ ପରେ ୨୦୦୮ରେ ବିଜେଡିରେ ଯୋଗଦେଇ ୨୦୦୯ରେ ଯାଜପୁର ଆସନରୁ ବିଧାନସଭାକୁ ନିର୍ବାଚିତ ହୁଅନ୍ତି ବବି । ୨୦୦୯ରେ ୩୦ ହଜାରରୁ ଉର୍ଦ୍ଧ୍ୱ ଭୋଟରେ, ୨୦୧୪ରେ ୮୪ହଜାରରୁ ଉର୍ଦ୍ଧ୍ୱ ଭୋଟରେ ଓ ୨୦୧୯ରେ ୪୦ହଜାରରୁ ଉର୍ଦ୍ଧ୍ୱ ଭୋଟରେ ବିଜୟୀ ହୋଇ ଅପରାଜେୟ ଧାରା ଜାରୀ ରଖିଛନ୍ତି । ଯାହା ତାଙ୍କ କ୍ୟାରିୟର ପାଇଁ ଏକ ମାଇଲଷ୍ଟୋନ ନିଶ୍ଚିତ ।

୨୦୧୪ରେ ଶକ୍ତି ବିଭାଗ ଭଳି ଗୁରୁତ୍ୱପୂର୍ଣ୍ଣ ବିଭାଗ ମିଳେ ବବିଙ୍କୁ । ହେଲେ ୩ବର୍ଷ ପରେ ଅର୍ଥାତ ୨୦୧୭ରେ ଦୁଇ ସାଥୀ ମନ୍ତ୍ରୀ ସଂଜୟ ଦାସବର୍ମା ଓ ଅରୁଣ ସାହୁଙ୍କ ସହ ସେତେବେଳେ ମନ୍ତ୍ରୀମଣ୍ଡଳରୁ ନିଜ ଆଡୁ ଇସ୍ତଫା ଦେଇ ସଂଗଠନ କଥା ବୁଝିବାକୁ ମନ ବଳାନ୍ତି ବବି । ବାସ୍ ସେବେଠାରୁ ବିଜୁ ଜନତା ଦଳ ସଂଗଠନ ଦାୟିତ୍ୱ ବବିଙ୍କ ଉପରେ । ୨୦୧୪ ନିର୍ବାଚନ ହେଉ ୨୦୧୯ ନିର୍ବାଚନ ଅବା ହେଉ ଚାରି ଚାରିଟା ଉପନିର୍ବାଚନ । ସବୁଥିରେ ବିଜେଡିର ହାଟ୍ରିକ ବିଜୟ ପଛରେ ଯେ ବବି ପ୍ରମୁଖ ଭୂମିକା ନିଭାଇଛନ୍ତି ତାହା ଜଳ ଜଳ ହୋଇ ଦିଶିଛି । ଖାସ ସେଇଥିପାଇଁ ୨୦୨୦ ମାର୍ଚ୍ଚରେ ବିଜୁ ଶତବାର୍ଷିକୀ ଜୟନ୍ତୀ ଅବସରରେ ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ଉପରେ ଦଳର ସମସ୍ତ ସାଂଗଠନିକ ଦାୟତ୍ୱ ସମର୍ପି ଦେଇଛନ୍ତି । ସେବେଠାରୁ ବିଜେଡି ସାଂଗଠନିକ ସମ୍ପାଦକ ଭାବେ ରହି ଆସିଛନ୍ତି ପ୍ରଣବ ପ୍ରକାଶ ଦାସ ।

ବିଜେଡି ପ୍ରତି ଯୁବଭୋଟରଙ୍କୁ ଆକୃଷ୍ଟ କରିବାରେ ମାଷ୍ଟରଷ୍ଟ୍ରୋକ୍ ଖେଳିଛନ୍ତି ବବି । ତାଙ୍କ ଠାଣୀ, ବାଣୀ ଯୁବକଙ୍କୁ ଟାଣିଛି ବିଜେଡି ଆଡକୁ । ପ୍ରତିଟି ଯୁବ ହୃଦୟର ବବି ଯେ ସ୍ପନ୍ଦନ ଏକଥା କେହି ଅସ୍ୱୀକାର କରିବେ ନାହିଁ । ପୁରୀରୁ ଫୁଲବାଣୀ, ମୟୁରଭଂଜରୁ ମାଲକାନଗିିରି ଯେଉଁଠି ଦଳୀୟ ଅସନ୍ତୋଷର ଆଭାସ ଆସେ ତୁରନ୍ତ ଚୁଟକୀରେ ତାର ସମାଧାନ କରନ୍ତି ବବି ଭାଇ । ପିପିଲି ଉପନିର୍ବାଚନ ପୂର୍ବରୁ ମହାରଥୀ ପରିବାରକୁ ନେଇ ଅନେକ ଚର୍ଚ୍ଚା ହେଉଥିଲେ ବି ତାହାର ସରଳ ସମାଧାନ କରିଥିଲେ ବବି । ଦଳ ଭିତରେ ଦଳ ବାହାରେ ତାଙ୍କ ପ୍ରଶଂସକଙ୍କ ସଂଖ୍ୟା ବି ଢ଼େର ଅଧିକ । ସବୁଠି ତାଙ୍କ ଫ୍ୟାନ । ତାଙ୍କ ଫ୍ୟାନ ମାନେ ବିଜେଡି ଫ୍ୟାନ, ନବୀନଙ୍କ ଫ୍ୟାନ୍ । ଯୁବ ଚେହେରା, ଯୁବ ନେତୃତ୍ୱ ପାଇଁ ବବି ସମସ୍ତଙ୍କ ପସନ୍ଦ । ଆଜି ତାଙ୍କ ଜନ୍ମଦିନ ଉପଲକ୍ଷେ ଆମେ ଜଣାଉଛୁ ଅଭିନନ୍ଦନ ।

Share

Leave a Reply

Your email address will not be published. Required fields are marked *

12 + 9 =