ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା

ଭୁବନେଶ୍ବର () ପୁରୀ ସମୁଦ୍ର ବେଳାଭୂମିକୁ ବ୍ଲୁ ଫ୍ଲାଗ ମାନ୍ୟତା ମିଳିଛି । ଆନ୍ତର୍ଜାତିକ ମାନର ପର୍ଯ୍ୟଟନ ସୁବିଧା ଏବଂ ପ୍ରଦୁଷଣମୂକ୍ତ ବେଳାଭୂମୀକୁ ଏହି ମାନ୍ୟତା ମିଳିଥାଏ । ତଦନୁଯାୟୀ ବେଳାଭୂମୀର ବିକାଶ ପାଇଁ ଏକ ବୈଷୟୀୟକ ଟିମ ପୁରୀରେ ପହଁଚିଛନ୍ତି ।

ବ୍ଲୁ ଫ୍ଲାଗ ମାନ୍ୟତା, ପୁରୀରେ ପର୍ଯ୍ୟଟନ ବିକାଶର ଆଉ ଏକ ସଫଳତା । ଦେଶର ଚାରି ଧାମ ମଧ୍ୟରୁ ଶ୍ରୀଜଗନ୍ନାଥ କ୍ଷେତ୍ର ଅନ୍ୟତମ ହୋଇଥିବା ବେଳେ ଏହାର ବେଳାଭୂମୀ ଅନ୍ୟତମ ଆକର୍ଷଣ । ଗାନ୍ଧୀ ଘାଟରୁ ମେଫେୟାର ହୋଟେଲ ପର୍ଯ୍ୟନ୍ତ ବେଳାଭୂମିକୁ ବ୍ଲୁ ଫ୍ଲାଗ ଟ୍ୟାଗ ମାନ୍ୟତା ଅନୁଯାୟୀ ବିକଶିତ କରାଯିବ ।

ଏହି ମାନ୍ୟତା ପାଇବାକୁ 33ଟି ମାନଦଣ୍ଡ ପୂରଣ କରିବାକୁ ପଡିଥାଏ । ସମୁଦ୍ର ପାଣିର ମାନ, ଶୌଚାଳୟ, ଆଶୁ ଚିକିତ୍ସା କେନ୍ଦ୍ର, ସୋଲାର ଲାଇଟିଂ, ପାର୍କିଂ ବ୍ୟବସ୍ଥା, ସିସିଟିଭି ସର୍ଭେଇଲାନ୍ସ ଏବଂ 24 ଘଣ୍ଟିଆ ସୁରକ୍ଷା ବ୍ୟବସ୍ଥା ଭଳି ମାନଦଣ୍ଡକୁ ପୂରଣ କରିବାକୁ ପଡିଥାଏ ।

ସୂଚନାଯୋଗ୍ୟ ଯେ, ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂହ ନିକଟରେ ମୋ ବେଳାଭୂମି ଅଭିଯାନରେ ବେଳାଭୂମୀର ସଫେଇ ଆରମ୍ଭ କରିଥିଲେ । ଏଥିସହିତ ଏବେ ବେଳାଭୂମୀରେ 24 ଘଣ୍ଟିଆ ସୁରକ୍ଷା ସହ ସିସିଟିଭି ବ୍ୟବସ୍ଥା ମଧ୍ୟ ଗ୍ରହଣ କରାଯାଇଛି ।

Share

Leave a Reply

Your email address will not be published. Required fields are marked *

10 + fifteen =