ପୁରୀ ହାଜତ ମୃତ୍ୟୁ ପାଇଁ ୫ ଲକ୍ଷ କ୍ଷତିପୂରଣ

କଟକ() ପୁରୀରେ ହୋଇଥିବା ହାଜତ ମୃତ୍ୟୁକୁ ନେଇ ଆଜି ହାଇକୋର୍ଟରେ ଶୁଣାଣି ହୋଇଛି । ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର କ୍ଷତିପୂରଣ ଦିଆଯାଇଛି ବୋଲି କୋର୍ଟରେ ଉତ୍ତର ରଖିଛନ୍ତି ରାଜ୍ୟ ସରକାର । ବିଚାର ବିଭାଗୀୟ ତଦନ୍ତ ବର୍ତ୍ତମାନ ସୁଦ୍ଧା ଜାରି ରହିଥିବା ବେଳେ ଆଗକୁ ଏନଏଚଆରସି ଯାହା ନିର୍ଦ୍ଦେଶ ଦେବ, ତାହା ମାନିବୁ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ କୁହାଯାଇଛି । ତେବେ ଏହି ହାଜତ ମୃତ୍ୟୁ ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୧୪ ତାରିଖରେ ହେବ ।

Share

Leave a Reply

Your email address will not be published. Required fields are marked *

5 + 11 =