ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ପାଇଁ ୧୫୦ ଟଙ୍କା ନିବେଶ କରିବାକୁ ପ୍ରତିବଦ୍ଧ

ଭୁବନେଶ୍ୱର: ଭାରତର ଦ୍ରୁତ ଅଭିବୃଦ୍ଧିଶୀଳ କୋଠା ଉପକରଣ ନିର୍ମାତା ଅପର୍ଣ୍ଣା ଏଟଂରପ୍ରାଇଜେସ୍ ପକ୍ଷରୁ ବ୍ୟବସାୟକୁ ତ୍ୱରାନ୍ୱିତ ତଥା ଶିଳ୍ପ ଚାହିଦା ପୂରଣ କରିବା ଲାଗି ଏହାର ସମ୍ପ୍ରସାରଣକୁ ସହଯୋଗ କରିବା ନିମନ୍ତେ ୨୦୨୩-୨୪ ଆର୍ଥିକ ବର୍ଷରେ ୧୫୦ କୋଟି ଟଙ୍କାର ପୁଞ୍ଜିନିବେଶ ଘୋଷଣା କରାଯାଇଛି । ଏହି ରଣନୀତି ଭାରତୀୟ ଆବଶ୍ୟକତା ପୂରଣ କରିବାକୁ ଶ୍ରେଷ୍ଠ ମାନର ଉତ୍ପାଦ ଓ ସେବା ପ୍ରଦାନ କରିବା, କଂପାନିର ଗ୍ରାହକମାନଙ୍କ ପ୍ରତି ରହିଥିବା ଅତୁଟ ପ୍ରତିବଦ୍ଧତାର ପ୍ରତିଫଳନ । ହାଇଦ୍ରାବାଦରେ ରୁଦ୍ରରାମରେ ସ୍ଥାପନ ହେବାକୁ ଥିବା ଏକ ଅତ୍ୟାଧୁନିକ ୟୁ-ପିଭିସି କାରଖାନାରେ ୧୦୦ କୋଟି ଟଙ୍କା ବ୍ୟୟ କରିବାକୁ କଂପାନି ଯୋଜନା ରଖିଛି । ଏହି କାରଖାନା ଦ୍ୱାରା କଂପାନିର ୟୁ-ପିଭିସି ପ୍ରୋଫାଇଲ୍ ଉତ୍ପାଦନ କ୍ଷମତା ୭୦% ବୃଦ୍ଧି ପାଇ ୭୦୦ ଟନ୍‌ରୁ ୧୨୦୦ ଟନ୍ ହେବ ଏବଂ ନିର୍ମାଣ ଉପକରଣ ଭାବେ ଝରକା ଉତ୍ପାଦନ କ୍ଷମତା ୧୫୦% ବୃଦ୍ଧି ୨୦,୦୦୦ ବର୍ଗମିଟରରୁ ୫୦,୦୦୦ ବର୍ଗମିଟର ହେବ । ଅପର୍ଣ୍ଣା ଏଟଂରପ୍ରାଇଜେସ୍‌ର ଟାଇଲ୍‌, ରେଡି ଟୁ ମିକ୍ସର କଂକ୍ରିଟ୍ ଓ ଆଲୁମିନିୟମ୍ ବ୍ୟବସାୟ ସମ୍ପ୍ରସାରଣରେ କଂପାନି ଆଉ ୫୦ କୋଟି ଟଙ୍କା ନିବେଶ କରିବ ।
ସହରୀକରଣ, ଭିତିଭୂମି ବିକାଶ ଓ ରିଅଲ ଇଷ୍ଟେଟ ଚାହିଦାରେ ହେଉଥିବା ବୃଦ୍ଧି ଭଳି କାରଣ ପାଇଁ କୋଠା ଉପକରଣ ଶିଳ୍ପରେ ବ୍ୟାପକ ବୃଦ୍ଧି କରିଛି । ଆସନ୍ତା ପାଂଚ ବର୍ଷରେ ଏହି ଶିଳ୍ପ ୮-୧୨% ହାରରେ ଆଗକୁ ବଢିବ ବୋଲି ଆକଳନ କରାଯାଇଛି । ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଏହାର ବିବିଧ ପୋର୍ଟଫୋଲିଓର ଉତ୍ପାଦ ଯଥା ଆର୍‌ଏମ୍‌ସି, ୟୁପିଭିସି କବାଟ ଓ ଝରକା, ୟୁପିଭିସି ପ୍ରୋଫାଇଲ୍ ଓ ଆଲୁମିନିୟମ୍ ଝରକା ଓ କବାଟ ଆଦି ଜରିଆରେ ଚାହିଦା ପୂରଣ କରିବା ପାଇଁ ବହୁତ ଭଲ ସ୍ଥିତିରେ ରହିଛି । ବଜାରରେ ଥିବା ସମ୍ଭାବ୍ୟ ଅଭିବୃଦ୍ଧି ସୁଯୋଗ ହାସଲ କରି କଂପାନି ଏହାର ସ୍ଥିତିକୁ ଆହୁରି ମଜଭୁତ କରିପାରିଛି ।
ଅପର୍ଣ୍ଣା ଏଟଂରପ୍ରାଇଜେସ୍‌ର ପରିଚାଳନା ନିର୍ଦ୍ଦେଶକ ଶ୍ରୀ ଅଶ୍ୱିନୀ ରେଡ୍ଡି କହିଛନ୍ତି ଯେ, “ସାରା ଦେଶରେ ଥିବା ଆମ ବ୍ୟବସାୟ ଉପସ୍ଥିତିକୁ ନେଇ ପ୍ରତିଟି ବ୍ୟକ୍ତି ଓ ସଂସ୍ଥାର ବିବିଧ ନିର୍ମାଣାଧିନ ଆବଶ୍ୟକତା ପୂରଣ କରିବା ପାଇଁ ଆମେ ପ୍ରତିବଦ୍ଧ ରହିଛୁ । ଅପର୍ଣ୍ଣା ଏଟଂରପ୍ରାଇଜେସ୍ ଅଧୀନରେ ଶ୍ରେଷ୍ଠ ଉତ୍ପାଦ ପ୍ରଦାନ କରିବା ଲାଗି ଆମ ନିରନ୍ତର ଉଦ୍ୟମ ଜରିଆରେ ଆମର ମହତ୍ୱକାଂକ୍ଷୀ ଯୋଜନା ଆଗକୁ ବଢ଼ୁଛି । ଆମର ବିଶ୍ୱାସ ରହିଛି ଯେ, ନୂଆ ୟୁପିଭିସି କାରଖାନାରେ ଆମର ପୁଞ୍ଜିନିବେଶ ଏବଂ ଆମର ଟାଇଲ୍‌, ଆରଏମ୍‌ସି ଓ ଆଲୁମିନିୟମ୍ ବ୍ୟବସାୟର ସମ୍ପ୍ରସାରଣ ଆମକୁ ଆମ ଗ୍ରାହକମାନଙ୍କ ନୂତନ ଆବଶ୍ୟକତା ପୂରଣ କରିବ ଯାହା ବଜାରରେ ଆମ ସ୍ଥିତି ସୁଦୃଢ଼ କରିବାରେ ଆମକୁ ସକ୍ଷମ କରିବ । ଆର୍ଥିକ ବର୍ଷ ଶେଷ ସୁଦ୍ଧା ୨୧୦୦ କୋଟି ଟଙ୍କାର ବ୍ୟବସାୟ କରିବାକୁ ଲକ୍ଷ୍ୟ ରଖିଛୁ ।”
ଅପର୍ଣ୍ଣା ଏଟଂରପ୍ରାଇଜେସ୍ ପକ୍ଷରୁ ଅପର୍ଣ୍ଣା ଆର୍‌ଏମ୍‌ସି, ଭିଟେରୋ ଟାଇଲ୍‌ସ, ଅପର୍ଣ୍ଣା ଭେନ୍‌ଷ୍ଟର ୟୁପିଭିସି ଝରକା ଓ କବାଟ, ଓକୋଟେକ୍ ୟୁପିଭିସି ପ୍ରୋଫାଇଲ୍‌, ଅପର୍ଣ୍ଣା କ୍ରାଫଟ ଓ ଅପର୍ଣ୍ଣା ୟୁନିସ୍ପେସ୍ ଉତ୍ପାଦର ନିର୍ମାଣ ଓ ବିପଣନ କରୁଛି ।

Share

Leave a Reply

Your email address will not be published. Required fields are marked *

thirteen − two =