ଇଭି ଆନ୍‌ସିଲାରି କ୍ଲଷ୍ଟର ସ୍ଥାପନ ପାଇଁ ୱାର୍ଡୱିଜାର୍ଡ ପକ୍ଷରୁ ଏଆଣ୍ଡ୍‌ଏସ୍ ପାୱାର ସହ ସହଯୋଗିିିତା ସ୍ଥାପନ

ଭୁବନେଶ୍ୱର: ଜୟ ଇ-ବାଇକ୍ ବ୍ରାଣ୍ଡ୍ ନାମରେ ଇଲେକ୍ଟ୍ରିକ୍ ଯାନ ଉତ୍ପାଦନ କରୁଥିବା ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ପକ୍ଷରୁ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାର ଲକ୍ଷ୍ୟକୁ ପୂରଣ କରିବା ଲାଗି ଅସଲି ଉପକରଣ ନିର୍ମାତା (ଓଇଏମ୍‌) ଏଆଣ୍ଡ୍‌ଏସ୍ ପାୱାର ସହିତ ଏକ ଦୀର୍ଘକାଳୀନ ଚୁକ୍ତି ସ୍ୱାକ୍ଷର କରାଯାଇଛି । ଏହି ଗୁରୁତ୍ୱପୂର୍ଣ୍ଣ ସହଯୋଗିତାର ଲକ୍ଷ୍ୟ ହେଉଛି ପରବର୍ତୀ ପିଢ଼ିର ଲାଇ-ଆୟନ ବ୍ୟାଟେରି ପ୍ରଯୁକ୍ତିରେ ଗବେଷଣା, ନବସୃଜନ ଓ ବିକାଶକୁ ଆଗକୁ ବଢ଼ାଇବା ଏବଂ ଗୁଜରାଟରେ ଭାରତର ପ୍ରଥମ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାରେ ଜୟ ଇ-ବାଇକ୍ ଯେଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିବ ତାହାକୁ ସୁନିଶ୍ଚିତ କରିବା ।
ଗ୍ରାହକମାନଙ୍କୁ ନିରନ୍ତର ଭାବେ ଉନ୍ନତ ଉତ୍ପାଦ ପ୍ରଦାନ କରିବା ଏବଂ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବା ଲକ୍ଷ୍ୟ ପୂରଣ କରିବା ଦିଗରେ ଏହା କଂପାନିର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ସିଙ୍ଗାପୁରରେ ସ୍ଥାପନ କରାଯାଇଥିବା ବିଶ୍ୱସ୍ତରୀୟ ଉତ୍କର୍ଷ କେନ୍ଦ୍ର ୱାର୍ଡୱିଜାର୍ଡ ଗ୍ଲୋବାଲ୍ ପିଟିଇ ଲିମିଟେଡ୍ ଅନୁସାରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ । ଇଭି ଆନସିଲାରି କ୍ଲଷ୍ଟରର ପ୍ରଥମ ପର୍ଯ୍ୟାୟ ବିକାଶର ଅଂଶ ଭାବେ ୧ ଗିଗାୱାଟ୍ ଦକ୍ଷତାକୁ କାର୍ଯ୍ୟକ୍ଷମ କରିବାର ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ ଆରମ୍ଭ ହୋଇଛି ଏବଂ ଏହା ଭାରତରେ ଦୀର୍ଘସ୍ଥାୟୀ ଇଭି ଉତ୍ପାଦନ ଲକ୍ଷ୍ୟ ପୂରଣ କରିବ ।
ନିଜ କାରଖାନାରେ ଲାଇ-ଆୟନ ବ୍ୟାଟେରି ଉତ୍ପାଦନ କରିବା ଲାଗି ୱାର୍ଡୱିଜାର୍ଡ ସେଲ୍ ଭାରତୀୟ ମାନକ ବ୍ୟୁରୋ (ବିଆଇଏସ୍‌)ର ସମ୍ମାନଜନକ ସାର୍ଟିଫିକେସନ ହାସଲ କରିସାରିଛି । ବିଆଇଏସ୍ ସାର୍ଟିଫିକେସନ ପାଇଁ ବ୍ୟାପକ ପରୀକ୍ଷଣ ସହ ସେଲ୍ ପାଇଁ ୱାର୍ଡୱିଜାର୍ଡ ଏକ ନୂତନ ବ୍ୟବସ୍ଥା ଗ୍ରହଣ କରିିଛି ଯେଉଁଥିରେ ଏହାର ଇଲେକ୍ଟ୍ରୋକେମିକାଲ୍ ଉପାଦାନ ଅଧିକ ପ୍ରତିଶ୍ରୁତି ପ୍ରଦାନ କରୁଛନ୍ତି ଯାହା ଦୀର୍ଘକାଳୀନ ଭିତିରେ କମ୍ କ୍ଷୟ ହେବ ଏବଂ ଅଧିକ କ୍ଷମତା ପ୍ରଦାନ କରିବ । ଉତ୍କଷ୍ଟ ମାନର, ଭରସା, ଶିଳ୍ପର ଅଗ୍ରଣୀ ମାନକକୁ ହାସଲ କରିଥିବାରୁ ୱାର୍ଡୱିଜାର୍ଡର ଲାଇ-ଆୟନ ସେଲ୍‌କୁ ଏହି ସାର୍ଟିଫିକେସନ୍ ପ୍ରଦାନ କରାଯାଇଛି ।
ଏହି ସହଯୋଗିତାକୁ ଜାରି ରହିଥିବା ଗବେଷଣା ଓ ବିକାଶ ସହିତ ସିଙ୍ଗାପୁରରେ ଥିବା ୱାର୍ଡୱିଜାର୍ଡର ଗବେଷଣା କେନ୍ଦ୍ର ପାଇଁ ଉପଲବ୍ଧ କରାଯିବ । ଏହି ସହଯୋଗିତା ଜରିଆରେ ଉତ୍ପାଦନ କ୍ଷମତାକୁ ବଢ଼ାଇବା ଏବଂ ଉଚ୍ଚ ମାନର ପରବର୍ତୀ ପିଢ଼ିର ଲାଇ-ଆୟନ ସେଲ୍ ଯୋଗାଣର ସରଳୀକରଣ ଉପରେ ଗୁରୁତ୍ୱ ପ୍ରଦାନ କରାଯିବ । ପ୍ରଡକ୍ଟସନ ଲାଇନ୍ ପାଇଁ ଏଆଣ୍ଡ୍‌ଏସ୍ ପାୱାର ବୈଷୟିକ ସହାୟତା ପ୍ରଦାନ କରିବ ଯାହା ଫଳରେ ୱାର୍ଡୱିଜାର୍ଡ ଭାରତରେ ଏହାର ଉତ୍ପାଦନ କ୍ଷମତାକୁ ସମ୍ପ୍ରସାରିତ କରିପାରିବ ।
ଏହି ଅବସରରେ ୱାର୍ଡୱିଜାର୍ଡ ଇନୋଭେସନ୍ସ ଆଣ୍ଡ୍ ମୋବିଲିଟି ଲିମିଟେଡ୍‌ର ଅଧ୍ୟକ୍ଷ ଓ ପରିଚାଳନା ନିର୍ଦ୍ଦେଶକ ଶ୍ରୀ ୟତିନ୍ ଗୁପ୍ତେ କହିଛନ୍ତି ଯେ, “ଇଲେକ୍ଟ୍ରିକ୍ ଯାନ ଶିଳ୍ପରେ ନବସୃଜନକୁ ଆଗକୁ ବଢ଼ାଇବା ଏବଂ ପ୍ରଯୁକ୍ତିରେ ଉନ୍ନତି ଆଣିବା ପାଇଁ ଆମର ରହିଥିବା ଲକ୍ଷ୍ୟ ଦିଗରେ ଏଆଣ୍ଡଏସ୍ ପାୱାର ସହ ସହଯୋଗିତା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଂଟ । ଆମର ମିଳିତ ବିଶେଷତା ଏବଂ ଲକ୍ଷ୍ୟକୁ ନେଇ ଆମର ବିଶ୍ୱାସ ରହିଛି ଯେ ଆମେ ନୂଆ ସମ୍ଭାବନା ଉନ୍ମୋଚନ କରିବୁ ଏବଂ ଆମ ଗବେଷଣା ଉଦ୍ୟମକୁ ତ୍ୱରାନ୍ୱିତ କରି ଭାରତରେ ବିଦ୍ୟୁତ ଯାନ ଦୃଶ୍ୟପଟ୍ଟରେ ବିପ୍ଳବ ଆଣିବୁ ଏବଂ ଲାଇ-ଆୟନ ସେଲ୍ ପ୍ରଯୁକ୍ତିକୁ ପୁନଃ ନିର୍ଧାରିତ କରିବୁ । ଏହି ସହଯୋଗିତା ଆମକୁ ଗୁଜରାଟରେ ଇଭି ଆନସିଲାରି କ୍ଲଷ୍ଟର ସ୍ଥାପନ କରିବାର ନିକଟତର କରିଛି ଯାହା ଦୀର୍ଘସ୍ଥାୟୀ ଗମନାଗମନ ସମାଧାନ ପ୍ରଦାନ କରିବ ଏବଂ ସବୁଜ ଭବିଷ୍ୟତକୁ ଆକାର ପ୍ରଦାନ କରିବ ।’’

Share

Leave a Reply

Your email address will not be published. Required fields are marked *

four + seven =