ଦରଦାମ ବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି ମହିଳା ମୋର୍ଚ୍ଚା

ଭୁବନେଶ୍ୱର: ପେଟ୍ରୋଲ, ଡିଜେଲ ଓ ଏଲପିଜି ସମେତ ଅତ୍ୟାବଶ୍ୟକ ସାମଗ୍ରୀ ଅହେତୁକ ଦରବୃଦ୍ଧି ପ୍ରତିବାଦରେ ଆଜି ରାସ୍ତାକୁ ଓହ୍ଲାଇଛି ବିଜେଡି ମହିଳା ମୋର୍ଚ୍ଚା । ରାଜ୍ୟବ୍ୟାପୀ ଦରବୃଦ୍ଧି ବିରୋଧରେ କେନ୍ଦ୍ର ସରକାରଙ୍କୁ ଦାୟୀ କରାଯାଇ ପ୍ରତିବାଦ ଓ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ସମସ୍ତ ୧୪୭ ବିଧାନସଭା ନିର୍ବାଚନମଣ୍ଡଳୀର ପେଟ୍ରୋଲ ପମ୍ପ ଆଗରେ ଧାରଣା ଦିଆଯାଇଛି । ଭୁବନେଶ୍ୱର ଲୋକସେବା ଭବନ ପଛ ଗେଟ୍ ପେଟ୍ରୋଲ ପମ୍ପ ନିକଟରୁ ବିଜେଡି ମହିଳା ମୋର୍ଚ୍ଚା ପକ୍ଷରୁ ବିଶାଳ ଶୋଭାଯାତ୍ରା ବାହାର କରାଯାଇଛି । ଦଳର ବରିଷ୍ଠ ନେତାଙ୍କ ସହ ହଜାର ହଜାର କର୍ମୀ ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଏଡିଏମ ଅଫିସର ଆଗରେ ଗ୍ୟାସ ଟାଙ୍କି ଧରି ବିକ୍ଷୋଭ କରାଯାଇଛି । ଦରଦାମ ବୃଦ୍ଧିର ପ୍ରତିବାଦରେ ଆଜିଠାରୁ ରାଜ୍ୟବ୍ୟାପୀ ବିଧାନସଭା ନିର୍ବାଚନମଣ୍ଡଳୀ ସ୍ତରରେ ପ୍ରତିବାଦ କରୁଛି ବିଜେଡି ।

Share

Leave a Reply

Your email address will not be published. Required fields are marked *

6 − two =