ଘରେ ପଶି ମାଆ ଝିଅଙ୍କୁ ଛୁରାମାଡ଼

ଭୁବନେଶ୍ୱର: ଦିନକୁ ଦିନ ଅସୁରକ୍ଷିତ ହୋଇପଡ଼ୁଛି ରାଜଧାନୀ । ଦିନ ଦ୍ୱିପ୍ରହରରେ ହେଉଛି ଲୁଟ୍ ଏବଂ ମର୍ଡର । ଭୁବନେଶ୍ୱରରେ ଜଣଙ୍କ ଘରେ ପଶି ମାଆ ଓ ଝିଅଙ୍କୁ ଛୁରାମାଡ଼ ହୋଇଥିବା ଘଟଣା ସାମ୍ନାକୁ ଆସିଛି । ଏହି ଛୁରାମାଡ଼ ଘଟଣା ଚନ୍ଦ୍ରଶେଖରପୁର ଥାନା ଶୈଳଶ୍ରୀ ବିହାର ଅଞ୍ଚଳରେ ଘଟିଥିବା ସୂଚନା ମିଳିଛି । ପଡ଼ୋଶୀ ଘରର ଯୁବକ ଘରେ ପଶି ଛୁରାମାଡ଼ କରିଥିବା ସୂଚନା ମିଳିଛି । ଆକ୍ରମଣକାରୀ ଯୁବକ ଜଣକ ମହିଳା ଡ୍ରେସ ପିନ୍ଧି ଘରେ ପଶିଥିବା ଜଣାପଡିଛି । ତେବେ ମାଆ ଓ ଝିଅଙ୍କୁ ଆକ୍ରମଣ କରିବା ବେଳେ ଯୁବକ ଜଣକ ନିଜେ ମଧ୍ୟ ଆହତ ହୋଇଛନ୍ତି । କିନ୍ତୁ ଛୁରାମାଡ଼ କରିଥିବାର ପ୍ରକୃତ କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନି । ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛି ଚନ୍ଦ୍ରଶେଖରପୁର ପୋଲିସ । ୨ ପରିବାର ମଧ୍ୟରେ ଝଗଡ଼ା ହୋଇ ଛୁରାମାଡ଼ ହୋଇଥିବା କୁହାଯାଉଛି । ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସନ୍ଦେହ କରାଯାଉଛି । ଏନେଇ ପ୍ରାଥମିକ ତଦନ୍ତ ପରେ ଚନ୍ଦ୍ରଶେଖର ପୋଲିସ ସୂଚନା ଦେଇଛି ।

Share

Leave a Reply

Your email address will not be published. Required fields are marked *

two × five =