Friday, October 30, 2026
Latestରାଜ୍ୟ

ଲାଂଚନେଇ ଜେଲ ଗଲେ ବିଡିଓ

ଲକ୍ଷେ ଟଙ୍କା ଲାଞ୍ଚ ନେଉଥିବ ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ବିଡିଓ। ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ ଗିରଫ କରିବା ସହିତ କ୍ୱାର୍ଟର୍ସ ଓ ପୈତୃକ ଘରେ ଚଢ଼ଉ କରିଥିଲା। ଚଢ଼ଉ ସମୟରେ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ମିଳିଥିବା ଜଣାପଡ଼ିଛି।
୧୧ ଲକ୍ଷ ଟଙ୍କାର ଏକ କାମ ମଞ୍ଜୁର ପାଇଁ ଝିରିପାଣି ପଞ୍ଚାୟତର ପ୍ରୋଜେକ୍ଟ ଅଫିସରଙ୍କଠାରୁ ସୁନ୍ଦରଗଡ଼ ଜିଲ୍ଲା ବିଶ୍ରା ବ୍ଲକର ବିଡ଼ିଓ ପ୍ରଶାନ୍ତ କୁମାର ରାଉତ ଦାବି କରିଥିଲେ। ଏନେଇ ସେ ଭିଜିଲାନ୍ସରେ ଅଭିଯୋଗ କରିଥିଲେ। ଆଜି ଲାଞ୍ଚ ଟଙ୍କା ନେଉଥିବା ବେଳେ ସାଦା ପୋଷାକରେ ଉପସ୍ଥିତ ଥିବା ଭିଜିଲାନ୍ସ ଅଧିକାରୀମାନେ ଶ୍ରୀ ରାଉତଙ୍କୁ ଗିରଫ କରିଥିଲା। ଏଥିସହ ତାଙ୍କ କାର‌୍ୟ୍ୟାଳୟ, କ୍ୱାର୍ଟର୍ସ ଓ ଭଦ୍ରକ ସ୍ଥିତ ପୈତୃକ ଘରେ ଚଢ଼ଉ କରିଥିଲା।

Share

Leave a Reply

Your email address will not be published. Required fields are marked *

five × three =