ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବଢିଛି: ମନ୍ତ୍ରୀ

ଭୁବନେଶ୍ୱର() ଆଜି ଗୃହରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ପ୍ରସଙ୍ଗ ଉଠିଛି । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ସାକ୍ଷରତା ହାର ବଢିଛି ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ବିରୋଧୀଙ୍କ ପ୍ରଶ୍ନରେ ଆଜି ଗୃହରେ ଉତ୍ତର ରଖିଛନ୍ତି ।

ରାଜ୍ୟରେ ଅନୁସୂଚୀତ ଜାତି ଓ ଜନଜାତି ସାକ୍ଷରତା ହାର ୬୯.୨ପ୍ରତିଶତ ରହିଛି ବୋଲି ମନ୍ତ୍ରୀ ଗୃହରେ ସୂଚନା ଦେଇଛନ୍ତି । ରାଜ୍ୟରେ ପାଠ ପଢା ନିମନ୍ତେ ଆଶ୍ରମ ସ୍କୁଲ, ସେବାଶ୍ରମ, ଏବଲବ୍ୟ ବିଦ୍ୟାଳୟ, କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଏବଂ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟମାନ ରହିଛି । ସେଥିରେ ୭୦୦ଟି ଆଶ୍ରମ ସ୍କୁଲ, ୫୦୧ଟି ସେବାଶ୍ରମ, ୨୭ଟି ଏକଲବ୍ୟ ବିଦ୍ୟାଳୟ, ୧୦ଟି କଳିଙ୍ଗ ଆଦର୍ଶ ବିଦ୍ୟାଳୟ, ୪୨୨ଟି ଉଚ୍ଚ ବିଦ୍ୟାଳୟ, ୬୨ଟି ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରହିଛି ।

୨୦୧୯ରୁ ସାକ୍ଷରତା ହାର କମ ଥିବା ୧୯ ଜିଲ୍ଲାରେ ସାକ୍ଷରତା ପାଇଁ ପିଲାଙ୍କୁ ଆଗହ କରାଇବା ପାଇଁ ସଂଯୋଜକ ଓ ପ୍ରେରକ ନିଯୁକ୍ତ କରାଯାଇଛି । ରାଜ୍ୟରେ ଅନୁସୂଚିତ ଜାତି ବର୍ଗର ପିଲାଙ୍କୁ ସାକ୍ଷର କରାଇବା ପାଇଁ ‘ଆମ କଥା, ଭାରତ ସାକ୍ଷରତା’ ଯୋଜନା ମଧ୍ୟ କାର୍ୟ୍ୟକାରୀ ହେଉଛି ବୋଲି ଅନୁସୂଚିତ ଜାତି ଓ ଜନଜାତି ମନ୍ତ୍ରୀ ଜଗନ୍ନାଥ ସାରକା ଆଜି ଗୃହରେ ଉତ୍ତର ରଖିଛନ୍ତି ।

Share

Leave a Reply

Your email address will not be published. Required fields are marked *

eight − five =