ଓଏଏସ ଟପ୍ପର ହେବା ପରେ ଆୟୁଷୀ କଣ କହିଲେ ଜାଣନ୍ତୁ…

ଓଏଏସ ଟପ୍ପର ଆୟୁଷୀ କହିଛନ୍ତି ସୋସିଆଲ ମିଡିଆର ଅତ୍ୟଧିକ ବ୍ୟବହାର ପ୍ରସ୍ତୁତିରେ ବାଧା ସୃଷ୍ଟି କରିଥାଏ । ଆପଣ ଯଦି ଫେସବୁକ ହ୍ୱାଟସଅପ, ଟ୍ୱିଟର ପରି ସୋସିଆଲ ମିଡିଆର କବଳରେ ପଡିଯାନ୍ତି, ତାହା ହେଲେ ସେଥିରୁ ମୁକୁଳି ପାଠ ପଢାରେ ମନ ନିବେଶ କରିବା କଷ୍ଟକର ବ୍ୟାପାର । ସୋସିଆଲ ମିଡିଆ ଯଦି ଆପଣଙ୍କ ପ୍ରସ୍ତୁତିରେ କୌଣସି ବାଧକ ସାଜୁନାହିଁ ତେବେ ବ୍ୟବହାର କରିବାରେ କୌଣସି ଆପତ୍ତି ନାହିଁ ବୋଲି କହିଛନ୍ତି ଆୟୁଷୀ ।
ସେ ବର୍ଷେ ହେଲା ଓଡିଶା ପ୍ରଶାସନିକ ସେବା ପାଇଁ ପ୍ରସ୍ତୁତ ହେଉଥିଲେ । ଆଉ ପ୍ରଥମ ପ୍ରୟାସରେ ସେ ଓଏଏସ ପାଇବ ସହ ଟପ୍ପର ହୋଇଛନ୍ତି । ଆୟୁଷୀ ଭୁବନେଶ୍ୱର ନୂଆଗାଁ ସ୍କୁଲରୁ ମାଟ୍ରିକ ପାଶ କରିଥିଲେ । ପରେ ବିଜେବି ଜୁନିୟର କଲେଜରେ ଯୁକ୍ତ ଦୁଇ ପଢିଥିଲେ । ମେକାନିକଲ ଇଞ୍ଜିନିୟରିଂରେ ଆୟୁଷୀ ବି.ଟେକ୍ କରିଛନ୍ତି । ଏପରିକି ହାଇଦ୍ରାବାଦରେ ସେ ଦୁଇବର୍ଷ ପାଇଁ ଚାକରୀ କରିଥିଲେ । ପରେ ଚାକିରୀ ଛାଡି ପ୍ରଶାସନିକ ସେବା ପାଇଁ ଏକବର୍ଷ ହେଲା ପ୍ରସ୍ତୁତି କରୁଥିଲେ ।

Share

Leave a Reply

Your email address will not be published. Required fields are marked *

four − 2 =